STORYMIRROR

DHARITRI SAHU

Inspirational

3  

DHARITRI SAHU

Inspirational

ଅବସର

ଅବସର

2 mins
22

ସକାରାତ୍ମକ ଭାବନାକୁ କଣ

ଗଛରୁ ତୋଳି ଆଣି ଖାଇ ଦେଇ ହେବ?

ନା

ସକାରାତ୍ମକ ଭାବନା  ବଜାରର ପଣ୍ୟ ଦ୍ରବ୍ୟ ହୋଇଛି କିଛି ମୂଲ୍ୟ ବିନିମୟରେ କିଣି ଆଣି ହେବ?

ସକାରାତ୍ମକ  ଭାବନା କଣ ପବନରେ

ଉଡି ବୁଲୁଛି ଯେ ତାକୁ ଅନୁଭବ କରି ହେବ?

ସକାରାତ୍ମକ ଭାବନା କଣ ବର୍ଷାର ଟୋପାରେ ରୁଣୁ ଝୁଣୁ ଶବ୍ଦ କରୁଛି  ଯେ ତାକୁ ଶୁଣି ହେବ?

ନା ସକାରାତ୍ମକ ଭାବନା ଘରର ଚାରି କାନ୍ଥରେ ବନ୍ଦି ହୋଇ ରହିଛି ଯେ ତାକୁ ମୁକ୍ତ କରି ତା ସାଥିରେ ରହି ହେବ?

ସକାରାତ୍ମକ ଭାବନା ରହିଛି କେବଳ ନିଜର ହୃଦୟ ଭିତରେ।

ସେ ମୁହଁ ଘୋଡାଇ ଲୁଚି ଶୋଇ ତ ପଡିଛି ନକାରାତ୍ମକ ଶକ୍ତିର ପ୍ରାଦୃଭାବରେ।

ତାକୁ ନିଦରୁ ଜଗାଇ ବାକୁ ପଡ଼ିବ।

ତାକୁ କୋଳରେ ଧରି ତା ଆଖିରେ ଆଖି ମିଶାଇ ବାକୁ ପଡ଼ିବ।

ତା ସହିତ ବନ୍ଧୁତା କରିବାକୁ ପଡ଼ିବ।

ତାକୁ ଭଲ ପାଇବାକୁ ପଡ଼ିବ।

ନ ମିଳି ପାରେ ସେଥିରେ କାହାର ସ୍ନେହ,ସହଯୋଗ, ସହାନୁଭୂତି 

ଦୁଃଖ ନାହିଁ।

ଏକୁଟିଆ ଏ ଜୀବନ ଯୁଦ୍ଧରେ ତାକୁ ଜୟ କରିବାକୁ ପଡ଼ିବ।

ବାରମ୍ବାର ପରାଜୟକୁ ସ୍ବୀକାର କରିବାକୁ ପଡ଼ିବ।

ପରାଜିତ ସୈନିକ ହୋଇ ବି ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢେ଼ଇ କରିବାକୁ ପଡ଼ିବ।

କହିବା ଆଉ ତା ଭିତରେ ବଞ୍ଚିବାର କଳାରେ ଥାଏ ଆକାଶ ପାତାଳର ପ୍ରଭେଦ।

ଅନେକ ତ କହିଦିଅନ୍ତି କରିବା ଲୋକ ର ସଂଖ୍ୟା କିନ୍ତୁ କମ୍।

କାହା ଠାରୁ କିଛି ଆଶା ରଖି

ନିରାଶାର ଅଥଳ ସମୁଦ୍ରରେ ବୁଡ଼ି ମରିବା ଠାରୁ ଭଲ 

ନିଜର ଆତ୍ମବିଶ୍ଵାସକୁ ଦ୍ଵିଗୁଣିତ କରି ଆଶାକୁ ତାର କ୍ରୀତଦାସ କରି ବଞ୍ଚିବା।

ଏକ ଅବସର ପ୍ରାପ୍ତ ଜୀବନକୁ

ଶୁଷ୍କ ମରୁଭୂମିରେ ପରିଣତ ନ କରି

ଅବଶିଷ୍ଟ ଜୀବନର ପ୍ରତିଟି ପାହାଚରେ

ବଞ୍ଚିବାର ନୂତନ କଳା କୌଶଳ ରୂପକ

ସ୍ବର୍ଣ୍ଣ ଶତଦଳ  ବିଛାଇ ଦେଇ ଆମେ କରିବା ଏକ ନୂତନ ଅଧ୍ୟାୟର ଅୟମାରମ୍ଭ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational