STORYMIRROR

DHARITRI SAHU

Tragedy

3  

DHARITRI SAHU

Tragedy

ଅବୋଲକରା ଶଦ୍ଦ

ଅବୋଲକରା ଶଦ୍ଦ

1 min
211


କବିତା ଟିଏ ଲେଖିବାକୁ 

ମନଟା କେମିତି ଡହଳ ବିକଳ ହେଉଛି,

ଇଛା ହେଉଛି ମୁଁ 

କିଛି କବିତା ଲେଖି ପକାନ୍ତି,

ଆଉ କବି ହେଇ ଯାଆନ୍ତି।

ମୋ କବିତା 

ସାହିତ୍ୟ ଏକାଡେମୀ

 ପୁରସ୍କାରପ୍ରାପ୍ତ ନ ହେଲେ ବି 

କିଛି ବିଶେଷ ବ୍ୟକ୍ତି !

ଯେଉଁ ମାନଙ୍କୁ ମୁଁ ଏକାନ୍ତରେ ରଖିଛି,

ଆଉ କିଛି ଜଣଙ୍କୁ ଖୋଜୁଛି

ସେମାନଂକୁ ଛୁଇଁ ଯାଆନ୍ତା।

ହେଲେ ଶଦ୍ଦ ଗୁଡାକ 

କଣ କେହି ଆଜି 

ମୋର ବୋଲ ମାନୁନାହାନ୍ତି।

ସବୁ ଗୁଡ଼ାକ ଆଜି ତାରେ ଜମିନ ପର

ଭଳି ଏଣେ ତେଣେ

ଇତସ୍ତତଃ ହେଇ ଅଭିମାନ ରେ

 ଆକାଶରୁ

ପାତାଳ ଯାଏଁ ଘୁରି ବୁଲୁଛନ୍ତି।

ଜାଣେନି ମୁଁ କଣ ଲେଖିଲେ

ମୋର ସେହି ଇପ୍ସିତ ବ୍ୟକ୍ତି ମାନଙ୍କୁ

ମୁଁ ଛୁଇଁ ପାରିବି।

ମୁଁ ତାଙ୍କ ର ଗୁଣଗ୍ରାହୀ ତ ହେଇ ସାରିଛି!

ହେଲେ ସେମାନେ ଏଯାଏଁ 

ମୋତେ ଅଛୁଆଁ କରି ରଖିଛନ୍ତି ।

ମୁଁ ତାଙ୍କୁ ଛୁଉଁଛି,

କେବଳ ସେମାନେ

ମୋତେ ଛୁଇଁ ନାହାନ୍ତି।

ମୁଁ ଅଛୁଆଁ କେମିତି ହେଲି?

ମୋର ଜାତି ପରା 

ମୋ ଭାବନା ରେ ମୋ 

ପୃଥିବୀ ରେ ଏକ କବି?

 ତମ ଜାତି ଯଦି ପୁରସ୍କାର ପ୍ରାପ୍ତ 

ମାଳ ମାଳ ବହିର ସମାହାର ,

ମୁଁ ବି ତ ଲେଖିବାକୁ ଭାବୁଛି

ମୋ ଭିତରେ ବି 

ଅନବରତ ଶବ୍ଦ ମାନେ 

ଯୁଦ୍ଧ କରୁଛନ୍ତି ମୋତେ ପରାସ୍ତ କରି ବାହାରକୁ ବାହାରି ଆସିବା ପାଇଁ।

ମୋତେ ଥରେ ଛୁଇଁ ଦେଖ !

ମୁଁ ବି ତମ ଭଳି ଅକ୍ଷର ଗୁଡିକର

ଅମୃତ ପିଆଲା 

ତମ ଆଗରେ ସଜାଡି ଦେଇ ପାରିବି।

ହେଲେ ଏଠି ତୃଷ୍ଣା ର ଘୋର ଅଭାବ,

ଏଠି ତ ରାସ୍ତା ବନ୍ଦ,

ଏଠି ତ ଚେନାଏ ସ୍ଥାନ ନାହିଁ

ଆକାଶରେ ଭାଷମାନ

ଓଲଟା ଶବ୍ଦ ଗୁଡିକୁ ଧରି ଆଣି ସଜାଡି

 ସ୍ନେହ ,ପ୍ରେମ, ମମତାର

ମୁଠାଏ ମାଟି ଦେବାକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy