ଚାଲ ବୁଲିଯିବା ବାଲିଯାତରା
ଚାଲ ବୁଲିଯିବା ବାଲିଯାତରା


କୁନା, ମୁନା, ଲିଜା, ସମୀରା
ଚାଲ ବୁଲିଯିବା ବାଲିଯାତରା l
କି' ସୁନ୍ଦର ଦିଶେ ବୋଇତ ସଜ୍ଜା
ଆକାଶେ ଉଡୁଛି ଉତ୍କଳ ଧ୍ୱଜା l
ଏ ସନ ମେଳାରେ କେତେ ପସରା
ପସରା ଦେଖିବ ଖୁସିରେ ମୀରା l
ମିନା ବଜାରର ଖେଳନା ଦେଖି
ଆମ କୁନା ଆଖି ଯିବରେ ଲାଖି l
ମିଳିମିଶି ନେବା ଯାତରା ମଜା
ନାନା ପରକାର ଖାଇବା ଖଜା l
ଦୋଳିରେ ଝୁଲିବା ଖୁସିରେ ମଜି
ହାତୀ, ଘୋଡା, ବାଘ ଖେଳନା ଖୋଜି l
ସମ୍ପର୍କରେ ମିଠା ସେନେହ ନେସି
ଚାଟ୍, ଦହିବରା ଖାଇବା ମିଶି l
ସାଧବ ପୁଅଙ୍କ କଥା ଜାଣିବା
ବୋଇତ ବନ୍ଦାଣ ପାଖୁ ଦେଖିବା l
ଦେଖି ସେଠାକାର ରୂପ ପସରା
ରଚନା ଲେଖିବା ବାଲିଯାତରା l
ଉତ୍କଳ ସ୍ମୃତିକୁ ମନରେ ସ୍ମରି
ମଜା ମସ୍ତି କରି ଆସିବା ଫେରି l