STORYMIRROR

Shreeman Anshuman Priyadarshee

Classics Inspirational Children

4  

Shreeman Anshuman Priyadarshee

Classics Inspirational Children

ପଖାଳ ଦିବସ

ପଖାଳ ଦିବସ

1 min
14

ବିଶ୍ଵ ପାଳୁଛି ଆଜି ପଖାଳ ଦିବସ

ଓଡ଼ିଆ ମାଟିର ଗରବ,

ପିଲାଠାରୁ ନେଇ ବୁଢ଼ା ପର୍ଯ୍ୟନ୍ତ

ସଭିଙ୍କର ପ୍ରିୟ ଦରବ।


ଖରା ହଉ ଆବା ଶୀତ ବରଷା

ପଖାଳ ବେଲାଏ ଲୋଡ଼ା,

ପୁଣି ତା ସାଙ୍ଗକୁ ଶାଗ, ବଡ଼ି ଚୁରା

ଟମାଟ ବାଇଗଣ ପୋଡ଼ା।


ଆଳୁ,ଛୁଇଁ,ଶିମ୍ବ,ଖମ୍ବ ଆଳୁ ସାଙ୍ଗେ 

କଖାରୁ ଫୁଲ ପିଠଉ ଭଜା,

ଲୁଣି,କୋକଲି,ଚିଙ୍ଗୁଡ଼ି ଶୁଖୁଆ ସାଥିରେ ଥିଲେ

ଜମିଯିବ ପୁରା ମଜା।


ପଖାଳ ପାଇଁକି ନଅ ତୁଣ ଛଅ ଭଜା

ହୁଏ ନାହିଁ ମୋଟେ ଲୋଡ଼ା,

ଲୁଣ, ଲଙ୍କା ସାଥେ ପିଆଜ ଆମ୍ବୁଲ

ଟାଣି ନେବ ପୁରା ବେଲା।


ଚାଷୀ ଭାଇର ଯେ ବଳର ରହସ୍ୟ

ଅଟଇ ପଖାଳ ମୁଠାଏ,

ନିଦାଘ ଖରାରେ ତୃଷ୍ଣା ମେଣ୍ଟାଏ 

ପଖାଳ ତୋରାଣି ଟୋପାଏ।


ପଖାଳ ଦେଖିଲେ ଆଜିକା ପିଲାଙ୍କ

ଫିକା ପଡ଼ିଯାଏ ମନ,

ପିଜା,ବରଗର,ରୋଲ୍, ଚାଉମିନିରେ

ସନ୍ତୁଷ୍ଟ ତାଙ୍କର ମନ।


ନ ଖାଉଥିଲେ ଦିନଟେ ଖାଇବା

ରଖିବା ଓଡ଼ିଶା ମାନ,

ଉତ୍କଳୀୟ ପରମ୍ପରାକୁ ଭୁଲି ନଯାଇ

ଦବା ଟିକେ ସମ୍ମାନ।


ଦୁନିଆ ପାଳୁଛି ପଖାଳ ଦିବସ

ମାର୍ଚ୍ଚ କୋଡ଼ିଏ ଦିନ,

ଓଡ଼ିଆଙ୍କ ଘରେ ପଖାଳ ଦିବସ

ପାଳିତ ପ୍ରତିଟି ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics