STORYMIRROR

Shreeman Anshuman Priyadarshee

Abstract Classics Others

4.5  

Shreeman Anshuman Priyadarshee

Abstract Classics Others

ବୁଲି ଯିବି ମୁହିଁ ପୁରୀ

ବୁଲି ଯିବି ମୁହିଁ ପୁରୀ

1 min
28


ଚକା ଆଖି ତୋର ଦେଖିବାକୁ ଟିକିଏ 

ଇଚ୍ଛା ହୁଏ ମୋର ଭାରି,

କେବେ ରେ କାଳିଆ ଡୋରି ଲଗେଇବୁ  

ବୁଲି ଯିବି ମୁହିଁ ପୁରୀ॥


ଗଲା ବେଳେ ସଙ୍ଗେ ନେଇ କରି ଯିବି

ମୋ ବାରି ଫଳ ତୋ ପାଇଁ,

ସଙ୍ଗେ ପୁଣି ନେବି ଫୁଲ ତୁଳସୀ ମାଳ

ତୋ ବେକେ ପକେଇବା ପାଇଁ॥


ଗରୁଡ଼ ପଛରେ ଛିଡ଼ା ହୋଇ ମୁହିଁ 

ଦେଖୁ ଥିବି ତୋର ମୁଖ,

ଲୁହ ଢାଳି ଦେଇ ଶ୍ରୀ ଚରଣେ ତୋର 

କହୁ ଥିବି ମୋର ଦୁଃଖ॥


ନାଲି ଓଠେ ତୋର ହସି ହସି ତୁହି

ପାପ ଧୋଉଥିବୁ ମୋର,

ଅଧା ଗଢ଼ା ହାତ ମୁଣ୍ଡେ ମୋ ବୁଲେଇ 

ଆଶିଷ ଦଉଥିବୁ ତୋର॥


ଆନନ୍ଦ ବଜାରେ ତୋ ମହାପ୍ରସାଦ

ଖାଇବି ମୁଁ ପେଟେ ବସି,

ବଳିବ ଯେତିକି ଘରକୁ ଆଣିବି

ଅବଢ଼ା ଯେ ହୁଏନି ବାସି॥


ଦୂରରେ ଥାଇ ମୁଁ ଜଣାଇ ଦେଉଛି 

ମନେ ତୁ ପଡୁଛୁ ଭାରି,

କେବେ ରେ କାଳିଆ ଡୋରି ଲଗେଇବୁ  

ବୁଲି ଯିବି ମୁହିଁ ପୁରୀ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract