STORYMIRROR

Shreeman Anshuman Priyadarshee

Abstract Classics Inspirational

4.5  

Shreeman Anshuman Priyadarshee

Abstract Classics Inspirational

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
39

ସମୀର ତାଳରେ ଉଡୁଛି ତ୍ରିରଙ୍ଗା 

ଗରବରେ ଛାତି ଫୁଲେଇ,

ସ୍ୱାଧୀନତା ଦିବସ ଶୁଭେଛା ବାଣ୍ଟୁଛି 

ଅତୀତର ଦୁଃଖ ଭୁଲେଇ॥


ଜନଗଣ ମନ ଜାତୀୟ ସଙ୍ଗୀତ

ଚଉ ଦିଗେ ଗୁଞ୍ଜରିତ,

ଭାରତ ମାଆର ମହା ପରବରେ 

ସାରା ଦେଶ ପୁଲକିତ॥


ଜାତି ଧର୍ମ ବର୍ଣ୍ଣ ପାସୋରି ସଭିଏ 

ହୋଇଛନ୍ତି ଏକାକାର,

ଗୋଟିଏ ସ୍ଵରରେ ଗାଉଛନ୍ତି ସଭିଏ 

ଗୌରବ ଅତୀତର॥


ଛୁଆ ଠାରୁ ବୃଦ୍ଧା ସବୁରୀଙ୍କ ମୁଖେ 

ଭାରତର ଜୟ ଗାନ,

କାହିଁ କେତେ ବୀର ଦେଇଥିଲେ ପ୍ରାଣ 

ଦେଖିବାକୁ ଏହି ଦିନ॥


ସୁଯୋଗ୍ୟ ସନ୍ତାନ ଭାରତ ମାଆର

ରକତର ନଈ ବୁହାଇ,

ଗୋରା ସରକାର ପାଖରୁ ସ୍ବାଧୀନତା 

ଆଣିଥିଲେ ପୁରା ଛଡ଼ାଇ॥ 


ଅଠସ୍ତରି ତମ ସ୍ବାଧୀନତା ଦିବସ 

ପାଳୁ ଅଛି ଆଜି ଦେଶ,

ଗଢ଼ି ଅଛି ସତେ ଏତିକି ଭିତରେ 

କେତେ ନୂଆ ଇତିହାସ॥


ଆସ ଭାଇ ଭଉଣୀ ପ୍ରତିଜ୍ଞା କରିବା

ରଖିବା ମାଆର ମାନ,

ପ୍ରାଣ ଥିବା ଯାଏଁ ଶରୀରେ ଆମର

କରୁଥିବା ଗୁଣ ଗାନ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract