STORYMIRROR

Shreeman Anshuman Priyadarshee

Abstract Inspirational Others

4  

Shreeman Anshuman Priyadarshee

Abstract Inspirational Others

ହୋଲି

ହୋଲି

1 min
28


ବରଷକ ପରେ ଆସିଛିରେ ହୋଲି

ରଙ୍ଗର ପସରା ମେଲି,

ସାତ ରଙ୍ଗରେ ରଙ୍ଗେଇବ ତନୁ

ସବୁ ଅଭିମାନ ଭୁଲି।


ଗାଆଁ ରୁ ସହର ଉତ୍ସବ ମୁଖର

ରଙ୍ଗ ପାର୍ବଣ ପାଖେ ପାଇ,

ଫଗୁ ଅବିରରେ ବାଣ୍ଟି ଦେବେ ପ୍ରୀତି

ରାଗ ରୋଷ ଭୁଲି ଯାଇ।

 

ଠାବେ ଠାବେ ଆଜି ନାଚ ଗୀତ ସଙ୍ଗେ

ଭୋଜି ଭାତ ଆୟୋଜିତ,

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ

ହୋଲି ଉତ୍ସବ ପାଳିତ।


ହୋଲି ବାଣ୍ଟି ଦିଏ ସ୍ନେହ ଶ୍ରଦ୍ଧା ପ୍ରେମ

ସବୁରି ଜନଙ୍କ ମନେ,

ପୁଣି ଯୋଡ଼ି ଦିଏ ଭାଙ୍ଗିଲା ସମ୍ପର୍କ

ବନ୍ଧୁତା ଭରିକି ମନେ।


ଅଚିହ୍ନା ମୁହଁ ବି ପରିଚିତ ଆଜି

ଭାଇଚାରା ରଙ୍ଗ ବୋଳି,

ଭାଙ୍ଗ ପଣା ଟିକେ ପାଟି ଚାଖି ଥିଲେ 

ମନ ଖେଳୁଥିବ ଦୋଳି।


ଘଣ୍ଟା କେଇଟାର ପରବ ଏଇ ଯେ

ଆଉ ଟିକକୁ ଯିବ ସରି,

ଅପେକ୍ଷା ରହିଲା ଆର ବର୍ଷ ପାଇଁ

ଆସିବୁ ରେ ପୁଣି ଫେରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract