Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shreeman Anshuman Priyadarshee

Abstract Classics Others

4.5  

Shreeman Anshuman Priyadarshee

Abstract Classics Others

ରାମ ଲାଲା

ରାମ ଲାଲା

1 min
23


ପାଞ୍ଚ ଶତାବ୍ଦୀର ପ୍ରତୀକ୍ଷା ଆଜି 

ଅନ୍ତ ହେବାକୁ ଆସିଛି,

ରାମ ମନ୍ଦିର ପ୍ରତିଷ୍ଠା ସପନ

ପୂରଣ ହେବାକୁ ଯାଉଛି ।


ଖୁସିର ଲହରୀ ଢେଉ ଭାଙ୍ଗୁ ଅଛି

କୋଟି ହିନ୍ଦୁଙ୍କର ମନେ,

ପଲ୍ଲୀରୁ ସହର ଉତ୍ସବ ମୁଖର

ରାମ ଲାଲା ଆଗମନେ ।


ରାମ ରଙ୍ଗରେ ରଙ୍ଗାୟିତ ଆଜି

ସମସ୍ତ ରାମ ଭକତ,

ଏହି ଦିନ ପାଇଁ କେଜାଣି କେତେ

ବୁହାଇ ଥିଲେ ରକତ ।


ପୁଷ୍ପ ମାଳାରେ ସୁଶୋଭିତ ହଉଛି

ସମଗ୍ର ଅଯୋଧ୍ୟା ନଗରୀ,

ଜୟ ଶ୍ରୀ ରାମ ନାରାରେ ଗୁଞ୍ଜରିତ

ସମଗ୍ର ମର୍ତ୍ତ୍ୟପୁରୀ ।


ଗଗନ ପବନ ରାମ ମହକରେ

ଟହ ଟହ ହୋଇ ବାସୁଛି,

ଶଙ୍ଖ ମୃଦଙ୍ଗ ମହୁରୀ ଧ୍ବନିରେ

ଚାରି ଦିଗ କମ୍ପି ଉଠୁଛି ।


ପ୍ରତିଟି ଭାରତୀୟ ଶବରୀ ସାଜିକି

ଶ୍ରୀ ରାମଙ୍କୁ ସ୍ଵାଗତ କରୁଛି,

ଘରକୁ ସଜାଇ ଦିପାଳି ଜଳାଇ

ଆଉ ଥରେ ଦୀପାବଳୀ ପାଳୁଛି ।


ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସୁଅ

ଅଯୋଧ୍ୟା ନଗରୀକୁ ଛୁଟିଛି,

ରାମ ଭକ୍ତ ପୂର୍ଣ୍ଣ ରାଜ ପଥ ଆଜି

ରାମମୟ ଖାଲି ଦିଶୁଛି ।


ରାମ ଗୀତ ଗାଇ ଆନନ୍ଦେ ଝୁମନ୍ତି

ଶିଶୁ ଠାରୁ ନେଇ ବୃଦ୍ଧା,

ରାମ ଲାଲା ପାଇଁ ମନରେ ଅଛି ଯେ

ଅସୀମିତ ସ୍ନେହ ଶ୍ରଦ୍ଧା ।


ରାମ ମନ୍ଦିର ପରି ରାମ ରାଜ୍ୟ ଏବେ

ଗଢ଼ି ଉଠିବାର ଆଶା,

ଅନ୍ୟାୟ ଅନିତି,ଅସତ୍ୟ ଦୁର୍ନୀତିରୁ ମୁକ୍ତ ହୋଇ

ହସିବ ଭାରତ ମାତା ।


 


Rate this content
Log in

Similar oriya poem from Abstract