STORYMIRROR

Shreeman Anshuman Priyadarshee

Abstract Classics Others

4  

Shreeman Anshuman Priyadarshee

Abstract Classics Others

ଗୁଣ୍ଡିଚା ଯାତ

ଗୁଣ୍ଡିଚା ଯାତ

1 min
41


ଜ୍ଵରରୁ ଉଠିକି କଳା ଗୋସାଇଁର ମନ

ନୀଳ କନ୍ଦରରେ ଲାଗୁ ନାହିଁ,

ମାଉସୀ ମାଆ ଘର ବୁଲି ଯିବା ପାଇଁ

କଳା ମାଣିକକୁ ନିଦ ନାହିଁ।


କଥା ଦେଇଥିଲା ଜଗା ଗୁଣ୍ଡିଚା ମାତାକୁ

ବରଷକୁ ଥରେ ଆସିବ, 

ଭାଇ ଭଉଣୀଙ୍କ ସହ ସରଧା ବାଲିକୁ 

ନବ ଦିନ ଯାତ୍ରା କରିବ।


ତା କଳା ଶ୍ରୀମୁଖକୁ ଦେଖିବା ପାଇଁକି

ବଡ଼ଦାଣ୍ଡ ଭକ୍ତମୟ,

ଭକ୍ତ ଭଗବାନଙ୍କ ଅପୂର୍ବ ମିଳନେ 

ପରିବେଶ ଭାବମୟ।


ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧା ମୂରତି 

ରଥା ରୁଢ଼ ହୋଇଥାନ୍ତି,

ଅଗଣିତ ଶ୍ରଦ୍ଧାଳୁଙ୍କୁ ଦରଶନ ଦେଇ

ଦୁଃଖ ହରି ନେଇଥାନ୍ତି।


ଠାକୁର ରାଜା ଯେ ଛେରା ପହଁରା କାର୍ଯ୍ୟ 

ତିନି ରଥେ ଯେମିତି ସାରନ୍ତି,

ଚାରମାଳ ଖୋଲି ସେବକ ମାନେ ଯେ

ରଥ ତ୍ରୟେ ଅଶ୍ଵ ବାନ୍ଧନ୍ତି।


ଡାହୁକ ଡାକରେ ଭକତ ସଭିଏଁ 

ଟାଣି ନିଅନ୍ତି ରଥ ଆଗକୁ,

ଉଚ୍ଛନ୍ନ ହୁଅଇ ନୀଳମଣି ମନ

ଯିବ ବୋଲି ମାଉସୀ ପାଖକୁ।


କଳା ଘୋଡ଼ା ବନ୍ଧା ତାଳଧ୍ବଜେ ବସି 

ବଳଭଦ୍ର ଯାଆନ୍ତି ଆଗରେ,

ନାଲି ଘୋଡ଼ା ବନ୍ଧା ଦର୍ପଦଳନେ ବସି

ସୁଭଦ୍ରା ଯାଆନ୍ତି ମଝିରେ।


ଧଳା ଘୋଡ଼ା ବନ୍ଧା ନନ୍ଦିଘୋଷ ରଥେ

ବିଜେ ପ୍ରଭୁ ଚକା ଡୋଳିଆ,

ଭକତଙ୍କ ମେଳେ ଗହଳ ଲଗେଇ 

ସଭା ପଛେ ଆସେ କାଳିଆ।


ରତ୍ନ ବେଦୀ ଛାଡ଼ି ନୀଳାଦ୍ରି ନାଥ

ଜନମ ବେଦୀକୁ ଯାଆନ୍ତି,

ମାଉସୀ ମାଆର ପୋଡ଼ ପିଠା ସଙ୍ଗେ

ଆଡ଼ପ ଅବଢ଼ା ଖାଆନ୍ତି।


ଭାବ ଯେ ଉଛୁଳେ ସରଧା ବାଲିରେ 

ନବ ଦିନ ଉତ୍ସବମୁଖର,

କଳା ପ୍ରେମେ ବନ୍ଧା ସଭିଏଁ ନାଚନ୍ତି 

ଭାବର ସେ ବଡ଼ ଠାକୁର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract