STORYMIRROR

Shreeman Anshuman Priyadarshee

Abstract Inspirational Others

4  

Shreeman Anshuman Priyadarshee

Abstract Inspirational Others

ଛେନାପୋଡ଼ ଦିବସ

ଛେନାପୋଡ଼ ଦିବସ

1 min
22


ନୟାଗଡ଼ ପୁଅ ସୁଦର୍ଶନ ସାହୁ

କଣ ବିଚାର କଲା,

ବଳକା ଛେନାକୁ ଚିନିରେ ଗୋଳେଇ 

ଚୁଲିରେ ପକାଇ ଦେଲା।


ସକାଳୁ ଉଠିକି ଦେଖିଲା ବେଳକୁ 

ପାଇଲା ଅପରୂପ ଦରବ,

ମିଠା ମଧ୍ୟେ ଶ୍ରେଷ୍ଟ ଛେନାପୋଡ଼ ତାହା 

କୋଟି ଓଡ଼ିଆଙ୍କ ଗରବ।


ଯେତେ ଖାଇଲେବି ମନ ପୁରିବନି

ସୁଆଦିଆ ଲାଗେ ଭାରି,

ଛେନାପୋଡ଼ ଆମ ନୟାଗଡ଼ ସୃଷ୍ଟି

ଜଗତେ ପଡ଼ିଛି ହୁରି।


ବିଶ୍ଵ ଯେ ପାଳଇ ଛେନାପୋଡ଼ ଦିବସ 

ମାତର ଗୋଟିଏ ଦିନ,

ନୟାଗଡ଼ିଆଙ୍କ ପାଇଁ ଛେନାପୋଡ଼ ଦିବସ

ଅଟଇ ପ୍ରତିଟି ଦିନ।


ଛେନାପୋଡ଼ ଆମ ଦେଶ ବିଦେଶରେ 

ନୟାଗଡ଼ ଗାଥା ଗାଏ,

ବିଶ୍ଵ ଦରବାରେ ପରିଚିତ ହୋଇ

ନୟାଗଡ଼ ହସୁ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract