STORYMIRROR

Shreeman Anshuman Priyadarshee

Abstract Others Children

4  

Shreeman Anshuman Priyadarshee

Abstract Others Children

ଫଗୁଣ ଆସିଛି

ଫଗୁଣ ଆସିଛି

1 min
19

ଫଗୁଣ ଆସିଛି ଅବିର ଆଣିଛି

ଆଣିଛି ହୋଲି ପାର୍ବଣ,

କୋଇଲି ଗାଉଛି ମଳୟ ବହୁଛି

ମିଶୁଛି ପ୍ରାଣ ସଙ୍ଗେ ପ୍ରାଣ।


ମନରେ ଆବେଗ ଜୀବନରେ ରଙ୍ଗ

ଭରି ଦେବ ଏଇ ହୋଲି,

ଆସ ଭୁଲି ଯାଇ ରାଗ ଅଭିମାନ

ପ୍ରୀତି ରଙ୍ଗେ ହେବା ବୋଳି।


ଶାନ୍ତି ମୈତ୍ରୀର ବାର୍ତ୍ତା ଆଣିଛି

ଆମର ଏ ପ୍ରିୟ ହୋଲି,

ଆନନ୍ଦର ପର୍ବ ଆନନ୍ଦେ ପାଳିବା

ଜୀବନ ଯନ୍ତ୍ରଣା ଭୁଲି।


ଜାତି ଧର୍ମ ବର୍ଣ୍ଣ ଖୋଜେ ନାହିଁ ହୋଲି

ଖୋଜେ ଟିକେ ସ୍ନେହ ଶ୍ରଦ୍ଧା,

ମୋଉଜ ମସ୍ତିରେ ହୋଲି ଯେ ପାଳନ୍ତି

ପିଲାଠାରୁ ନେଇ ବୃଦ୍ଧା। 


ଇନ୍ଦ୍ରଧନୁ ରଙ୍ଗେ ରଙ୍ଗେଇବ ତନୁ

ମନେ ଭରି ଦେଇ ପ୍ରୀତି,

ପ୍ରିୟ ଜନ ସାଥେ ଗଢ଼ି ଦେବେ ପୁଣି

ଭବିଷ୍ୟତ ପାଇଁ ସ୍ମୃତି।


ଅଚିହ୍ନା ମୁହଁ ବି ଚିହ୍ନା ଚିହ୍ନା ଲାଗେ 

ଭାଇ ଚାରା ରଙ୍ଗ ବୋଳି,

ଭାଙ୍ଗ ପଣା ଟିକେ ପାଟି ଚାଖି ଥିଲେ 

ମନ ଖେଳୁ ଥିବ ଦୋଳି।


ଫଗୁ ଅବିର ରେ ଯୋଡ଼ି ହୋଇଯିବ

ନୂଆ ନୂଆ କେତେ ମନ,

ରାଗ ଋଷା ଭୁଲି ଏକାଠି ଖେଳିବେ 

ବଡ଼ ହଉ ଅବା ସାନ।


ଫଗୁଣ ଆସିଛି ସାଙ୍ଗରେ ଆଣିଛି

ରାଧା କୃଷ୍ଣଙ୍କ ସ୍ମୃତି ମାନ,

ହୋଲି ଖେଳ ଗପ ଶୁଣିଲେ ତାଙ୍କର 

ଥେଇ ଥେଇ ନାଚେ ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract