STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ସ୍ଵତଃ ଉପହାର

ସ୍ଵତଃ ଉପହାର

1 min
300

     

ସନ୍ଧ୍ୟା ସମୟ,,ରମଣୀୟ ପରିବେଶ

ଆଖି ଆଗରେ ଜଣେ ବସିଛି

ଏକୁଟିଆ ନିରୋଳା ରେ

ଦୁନିଆ କଥା ଦୂରେ ଥାଉ 

ତା' ନିଜ ପାଇଁ କିଛି ଚିନ୍ତା ନ ଥିଲା।


ଅସ୍ଥିର ବେଶ ଭୂଷା

ଅସଜଡ଼ା କେଶ ରାଶି

ମୁଁହ ଓ ପାଟି ସଫା ନୁହଁ,ଅପରିଷ୍କାର

କିଛି ଖୋଜୁଥିଲା,ଅସ୍ଥିର ହାତରେ।


ଚିରି ଯାଇଥିବା ପର୍ସ୍

କେତେ ଟଙ୍କା ଅଛି କହି ହେବନି

ବାରମ୍ବାର ଖୋଜୁଥିଲା,ହାତ ଅସ୍ଥିର

ବୋଧେ ,କିଛି ଗଣନା କରୁଥିଲା ।


ହାତ ଅଟକି ଗଲା

କେତେ ଆଉ ଗଣିବ !

ପୁଣି ଭାବିଲା,ଶୂନ୍ୟ କୁ ଚାହିଁ ରହିଲା

ହାତ ମୁଠାରେ ପର୍ସ ବି ଥିଲା।


ସହଜରେ ଅନୁମେୟ

ଭୋକ ର ଜ୍ଵାଳା,ଅନାହାର ର ଚିତ୍ର

ମରିବା ନିଶ୍ଚିତ,ତଥାପି ହାରି ନାହିଁ

କିଛି ନ ଥାଇ ବି ଧୈର୍ଯ୍ୟ ଅଛି।


ଉଠି ଠିଆ ହେଲା,ହାତରେ ପର୍ସ୍

ଆଗକୁ ପାଦ ବଢ଼େଇ 

ଠିଆ ହେଲା ଆଖି ସାମନାରେ,ନିକଟରେ

ମନରେ ଆଶା ଥାଇ,ହାତ ପତେଇଲା ।


ଏବେ ନିଜେ ନିରୁପାୟ

ପକେଟ୍ ରେ ମାତ୍ର ଶହେ ଟଙ୍କିଆ ନୋଟ୍

ମାସକ ପାଇଁ ସମ୍ବଳ

ଖୋଜିଲି କିଛି ଖୁଚୁରା ପଇସା

ଦୁଇ ଟଙ୍କା ବଢ଼େଇ ଦେଲି,ଉପହାର।


ତା' ର ଆଶା କଣ ଥିଲା,ଜଣା ନାହିଁ

ପୁଣି ଗଣନା ଆରମ୍ଭ ହେଲା

ଗଣୁ ଗଣୁ ଭାବୁ ଥିଲା

ହାତରେ ସେଇ ଚିରା ପର୍ସ୍।


ଆଗକୁ ଆଗକୁ ଚାଲୁ ଚାଲୁ

ଅନ୍ଧାର ରାତିରେ ମିଶିଗଲା

ତା ପେଟ ପୂରିବ କି ନାହିଁ

ଆଉ ଜାଣି ହେଲାନି ,ଯାହା ହେଉ

ଦୁଇ ଟଙ୍କା ତ କିଛି କାମ ରେ ଆସିବ

କିଛି ଭଲ ହେଲା ଭାବି ,ଭଲ ନିଦ ବି ହେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract