Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract

4  

Satyanarayan Sahoo

Abstract

ଅଛି କି ମୋ ପ୍ରଶ୍ନ ର ଉତ୍ତର

ଅଛି କି ମୋ ପ୍ରଶ୍ନ ର ଉତ୍ତର

1 min
222



ଅଛି କି ମୋ ପ୍ରଶ୍ନ ର ଉତ୍ତର

ବୁଝାଇ କି କହି ଅଗ୍ରତର ।

ନାଶି ଦିଅ ମୋ ମନ ସଂଶୟ

ଅନ୍ତର ରୁ ହରି ନିଅ କୋହ ।

ଚିତ୍ତ ବୃତ୍ତି ହୁଏ ଆନ୍ଦୋଳିତ

ହୋଇ ଯାଉ ଜିଜ୍ଞାସା ର ଅନ୍ତ ।

କାହିଁ ପାଇଁ ଅଟେ ଏ ଜୀବନ

କରି ଅଛ କି ଅନୁ ସନ୍ଧାନ ?

କାହିଁ ରୁ ଆରମ୍ଭ କାହିଁ ଶେଷ

ନିଖିଳ ଅନନ୍ତ ମହା ବିଶ୍ବ ?

କାହିଁ ରୁ ଆସଇ ଯାଏ କାହିଁ

ସଂସାରେ ଚାଲଇ ଧଦି ହୋଇ ?

ଦୁଃଖ ସୁଖ କାହିଁ କି ସହଇ ?

ମୃତ୍ୟୁ ପରେ ଯାଏ କେଉଁ ଠାକୁ

ସ୍ୱରଗ ନରକ କହନ୍ତି କାହାକୁ ?

ସଂସାର ମାୟା ରେ ହୁଏ ଘାଣ୍ଟି

କାହିଁ ପାଇଁ ମନେ ଭାଳିଛ କି ?

କାହିଁ ପାଇଁ ଜୀବନ ସଂଗ୍ରାମ

କି ଆଶା ରେ କରି ଚାଲେ କାମ ?

କିଶ ଲକ୍ଷ୍ୟ ଜୀବ ଜୀବନ ର

କି ଉଦ୍ଧେଶ୍ୟେ ଧାଉଁ ଥାଏ ଚିର ?

କିଶ ପାଇଁ ସହଇ ଯାତନା

କରୁ ଥାଏ କାହା କୁ ପ୍ରାର୍ଥନା ?

କାହିଁ ପାଇଁ ଜୀବ ଆନ ମନା

ସମସ୍ୟା ଘେରରେ ସେ ଉନ୍ମନା?

କରୁ ଥାଏ ଭକ୍ତି ଉପାସନା

କିଛି କେହି ପାଏ କି କହନା ?

ଭାଳି ଛ କି କିଛି ସମ୍ଭାବନା

ଭବିଷ୍ୟତ କରେ କି ଭାବନା ?

ଭୁଲି ଯାଏ କାହିଁ ପାଇଁ ମନ

କେଉଁ ଥିରେ ଦିଏ ନାହିଁ ଧ୍ୟାନ ।

ସ୍ବାର୍ଥ କେବେ ମେଣ୍ଟି ଛି କାହାର

କାହିଁ ପାଇଁ ଖାଏ ସେ ପ୍ରହାର

ଅସହ୍ୟ ବେଦନା, ତାପ ଗ୍ଲାନି ?

ବାଧା ବିଘ୍ନ ଦୁର୍ବିପାକ ମାନି 

କାହିଁ ପାଇଁ ସହି ଯାଏ ସବୁ ?

ପ୍ରତିକାର କରେ ନାହିଁ ପ୍ରଭୁ 

କାହିଁ ପାଇଁ କରେ ଅନାଚlର ?

ସମାଜ କୁ କରେ ଛାର ଖlର ?

ସ୍ବପ୍ନ କେବେ ହୋଇଛି ସଫଳ

କାହିଁ ପାଇଁ ହୁଏ ଅସଫଳ ?

କାହିଁ ପାଇଁ ସ୍ବପ୍ନ ର ସଂସାର

ରଚି ଥାଏ ମନ ନିରନ୍ତର ?



Rate this content
Log in

Similar oriya poem from Abstract