Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

କ୍ରମଶଃ କ୍ରମଶଃ

କ୍ରମଶଃ କ୍ରମଶଃ

1 min
15



କ୍ରମଶଃ କ୍ରମଶଃ ବଢେ ଜୀବନ ର ଗତି

ଦୁଃଖ ସୁଖ ହସ କାନ୍ଦ ଭରା ଏ ଧରିତ୍ରୀ ।

ଦେଖାଏ କ୍ରମଶଃ କେତେ ଅଭିନବ ଭାବ

ବହୁ କାଳ ଧରି ରହେ ଯାହାର ପ୍ରଭାବ ।

କ୍ରମଶଃ ଘଟାଇ ଚାଲେ ସ୍ବପ୍ନ ସମ୍ଭାବନା

ରୋମାଞ୍ଚ ପୁଲକେ ବୁଡେ ଜାଗ୍ରତ ଚେତନା ।

ଚିର ବହମାନ ସମୟ ର କୋଳେ ରହି

ନଦୀ ସ୍ରୋତ ପରି ଜୀବନ ଟି ଚାଲୁ ଥାଇ ।

ଉତ୍ଥାନ ପତନ କେତେ ଅତିକ୍ରମ କରି

ଜୀବନ ପ୍ରବାହ ଧାଏଁ ଯେସନ ଲହରୀ ।

କ୍ରମଶଃ ଶୈଶବ ଶେଷ ଯୌବନ ପ୍ରବେଶ

ବାର୍ଦ୍ଧକ୍ୟ ଓ ପୌଢ଼ାବସ୍ଥା ହୋଇ ଚାଲେ ଶେଷ ।

ଅଚାନକ କେବେ ଯେବେ ଆକ୍ରମେ ମରଣ

କାଳ ମହସିନ୍ଧୁ ବକ୍ଷେ ତେଜଇ ଜୀବନ ।।



Rate this content
Log in

Similar oriya poem from Action