STORYMIRROR

Lopamudra Parida

Abstract Action

4  

Lopamudra Parida

Abstract Action

ମରୁଭୂମି

ମରୁଭୂମି

1 min
320

ଭୋ ସାଆନ୍ତେ 

କବିତାର ନିଆଁ 

କଲମ କାଠରେ ଜଳି 

କି ପେଟର ଭୋକ ଥଣ୍ଡା କରୁଥିବା 

ମୁଠାଏ ମାତ୍ର ଭାତ ଯୋଗାଡି ଦବ ?

କିଛି ନ ମାଗିବା ହିଁ ଠିକ୍ 

ସୂରୁଜ ତ ସକଳ ଶକ୍ତିର ଆଧାର 

ହେଲେ ପାଟିରେ ଆଧାର ମୁଠେ ଦବାକୁ ତାର ଶକ୍ତି କାଇଁ?

ସେ ଯେ ଅମିତାଭ, 

ଆକାଶ ଗର୍ଭରେ 

ଯୋଉଠିକୁ ହାତ କି ପାଏ?

ଗରିବ ବୋଲି ଭାବିଛ କି

ହାତରେ ଖାଲି ଲଙ୍ଗଳ ଲାଗିଲେ 

ସବୁଠୁ ଅମୀର ଆମେ ।

ତୁମ ସୁନା ଥାଳିର ଗୋଟି ଗୋଟି ଶହେ ଗଣା ଭାତ ବି 

ଆମରି ଉପଜ 

ଭୋ ସାଆନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract