ମରୁଭୂମି
ମରୁଭୂମି
ଭୋ ସାଆନ୍ତେ
କବିତାର ନିଆଁ
କଲମ କାଠରେ ଜଳି
କି ପେଟର ଭୋକ ଥଣ୍ଡା କରୁଥିବା
ମୁଠାଏ ମାତ୍ର ଭାତ ଯୋଗାଡି ଦବ ?
କିଛି ନ ମାଗିବା ହିଁ ଠିକ୍
ସୂରୁଜ ତ ସକଳ ଶକ୍ତିର ଆଧାର
ହେଲେ ପାଟିରେ ଆଧାର ମୁଠେ ଦବାକୁ ତାର ଶକ୍ତି କାଇଁ?
ସେ ଯେ ଅମିତାଭ,
ଆକାଶ ଗର୍ଭରେ
ଯୋଉଠିକୁ ହାତ କି ପାଏ?
ଗରିବ ବୋଲି ଭାବିଛ କି
ହାତରେ ଖାଲି ଲଙ୍ଗଳ ଲାଗିଲେ
ସବୁଠୁ ଅମୀର ଆମେ ।
ତୁମ ସୁନା ଥାଳିର ଗୋଟି ଗୋଟି ଶହେ ଗଣା ଭାତ ବି
ଆମରି ଉପଜ
ଭୋ ସାଆନ୍ତେ ।