STORYMIRROR

Lopamudra Parida

Inspirational

4  

Lopamudra Parida

Inspirational

ପ୍ରେମ

ପ୍ରେମ

1 min
24

ମନ କୁହେ ଲେଖି ହୁଅନ୍ତା କି ଚିଠି

ତୁମକୁ ......


ସବୁ ଶବ୍ଦ ଢାଳିଦେଇ

ଉର୍ମି ପରି ଇଡେଇ ହେଇ ଯାଉଥିବା

ଅଜସ୍ର ଶବ୍ଦ ସମୁଦ୍ରକୁ

ଛାତିରେ ଆଉଜେଇ ନେଇ ।।


ଉସୁଆସ ଲାଗନ୍ତା, 

ନୁହେଁ !


ହେଲେ ଏତେ ସାହାସ କାଇଁ !


ମୋର ଜମା ଡର ନାହିଁ ମ

ତୁମକୁ କହିଦେବାକୁ ଯେ

ଆକାଶେ ତାରାଫୁଲ

ନଦୀଏ ବାଲୁକା 

ତହିଁରେ ଥିବା ପେନ୍ଥା ପେନ୍ଥା

ସିପ ଶାମୁକା ବି

ମାପରେ ସରି ହେବେନି

ଯାହା ମୁଁ କହିବାକୁ ଚାହିଁ

କହିପାରିନି ବୋଲି

ଶବ୍ଦ ମାନେ ରୁଷି ଧରା ଦେଉନାହାନ୍ତି

ଓଠ ଧାରରେ ।।


ମୋର ଖାଲି ଭୟ

ଏଇ ଚାରିପଟର ଆଖିକୁ

ଯାହା " ପବିତ୍ର" କୁ

" ପଙ୍କ" ବୋଲି ପଢିନିଏ

ଆଖି ମୁଦି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational