STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ଦେବୀ ଅକ୍ଷ

ଦେବୀ ଅକ୍ଷ

1 min
17

ପଦ୍ମକୁମାରୀ ବେଶରେ ତୁ, 

ମାଟି ସାରା କାଶତଣ୍ଡୀ ,

ଆକାଶ ଯାକ "ତୁ ଆସିବୁ" ବୋଲି ହଜାରେ ରୋଷଣୀ ...

କଟକର ଗଳିକନ୍ଦିରେ

ଗହଳେ ତୋରଣ, 

ମୋ ଦୁଆରେ ବି ଫାଳେ ପାଣିକଖାରୁ ସହ

କଦଳୀଗଛର କଟା ଗଣ୍ଡି ଦିଟି,

ଦୁଆରଶୁଣି ସହ

ପିନ୍ଧେଇଛି ତାକୁ ମୁଁ 

ନାଲି ଶାଢୀ, ସିନ୍ଦୁର

ଭରିଭରିକା ।।


ତୁ ହସୁଛୁ ,

ଆଖିରେ ମହିଷା ପାଇଁ 

କରୁଣା ମିଶା ରାଗ ଝଲସାଇ,

ହସୁଛୁ ତୁ ।।


ପଦ୍ମତୋଳା ଗାଇ ଫଣା ଟେକୁଛି 

ଦର୍ପ,

ମହିଷା ଚାହିଁଛି ତତେ ଆଦିକାଳରୁ

ମୁକ୍ତିର ଇଚ୍ଛାଟିଏକୁ କୋଉଠି ଟିକେ 

ଖଣ୍ଡା ଧାରରେ ଲୁଚେଇ ରଖି ।।


କଲିକତା ସାରା ନିଆଁ ।।

ଏ ବର୍ଷ ମେଢର ମୁହଁ ବୋଧେ

ମୈମିତା ପରି ଦିଶିବ କି କଣ

" ରେ ମହିଷା ! ଚାହିଁ ପାରିବୁ ତ ?

ଅଛି ତ ସେଇ ବଳକା ଦମ୍ଭ ଟିକକ ତୋଠି?" 

ସମୟ ପଚାରୁଛି 

ଭୁସୁଡିପଡୁଛି କି ? ଅହମିକା କୋଉଠି ଏ ପ୍ରଶ୍ନରେ 

ଶୁଭୁଛି କଣ ? ଶଂଖ ଧ୍ଵନି ?।।


ଝୁଣା ବାସ୍ନା ଆସୁଛି 

ବଳିତା ଜଳୁଛି

ଦୀପ ତେଜା ଚାଲିଛି

ପ୍ରତି ମୂହୁର୍ତ୍ତ 

ହେଲେ ଏ ଅନ୍ଧାର ଏତେ ଗାଢ କାହିଁକି?


ହସୁଛି ମୃଣ୍ମୟୀ

କହୁଛି - ମୁଁ ତ ଦେବୀ ହେଇ

ମାଟି,ଛଣ,ପାତିଆ,ପାଣି ଦେଇ ଗଢି ହଉଛି

କୁଟା ପରି ଭାସି ଯାଇ 

ଭସାଣୀ ସାରୁଛି ।।


ତୁ ବା କି ଛାରରେ ମହିଷା !

ତୋ ଛାଇ ବି ମାଟିରେ ମିଶିଯିବ କାଳବଳେ ।।

କଥା ମାନ୍

ପୋଶନି ଅହଂ।।


ତଲ୍ନିନ୍ନ ହେଇ ଚାହିଁଥା ମତେ 

ହେଇପାରେ

ମୋ ସହ ମାଟି ହେବାରର ' ମୁକ୍ତି '

ସୈାଭାଗ୍ୟରେ ଲେଖେଇନବୁ ।।


ବରଷକେ ଥରେ ଆସୁଛି ମୁଁ 

ତୋତେ ସାଥିରେ ନେଇ, 

ହେଲେ ତୁ ରହି ଯାଉଛୁ କେମିତି କହ ତ?

ମୁଁ ଫେରିଯିବା ପରେ ବି 

ଛାତିରେ ଖୋଦେଇ ନେବାକୁ 

ଦେବୀପକ୍ଷର ଭାଗ୍ୟ 

ଫି ବରଷକୁ ?


ତୋର କଣ ମୋ ତ୍ରୀଶୂଳକୁ 

ତିଳେ ହେଲେ ଭୟ ନାହିଁ ସତରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action