Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ନୂଆବର୍ଷ

ନୂଆବର୍ଷ

1 min
144



ଦିନପରେ ରାତି ଯେମିତିକା ନିତି

କରେ ଏଠି ଯା'ଆସ 

ସେହିପରି ପ୍ରତି ବରଷ ସରିଲେ

ଆସେ ପୁଣି ନୂଆବର୍ଷ ।

ଚାତକ ପରିକା ରହିଥା'ନ୍ତି ଚାହିଁ

ଆବାଳ ବୃଦ୍ଧ ବନିତା

ନୂଆବର୍ଷ ହେଲେ ଜଣାନ୍ତି ସଭିଙ୍କୁ

ନବବର୍ଷର ଶୁଭେଚ୍ଛା ।

ଅଭିନନ୍ଦନର ପତ୍ର ପିଲାମାନେ

ଦିଅନ୍ତି ନିଜ ସାଙ୍ଗକୁ

ମନାସନ୍ତି ତାଙ୍କ ଅତୁଟ ବନ୍ଧନ

ରହୁଯେ କାଳ କାଳକୁ ।

ଦିଶଇ ସବୁଠି ନୂଆ ବରଷର

ଅଭିନନ୍ଦନ ତ୍ବରଣ

ପଲ୍ଲୀଠୁ ସହର ଉତ୍ସବ ମୁଖର

ଖୁସିରେ ଫୁଟାନ୍ତି ବାଣ ।

ନୂଆ ଜାଗା ବୁଲି ଭୋଜିଭାତ କରି

ପୁରୁଣା ସାଥୀଙ୍କୁ ଭେଟି

ନୂତନ ବର୍ଷର ସୁନ୍ଦର ଦିନକୁ

ଖୁସିରେ ଦିଅନ୍ତି କାଟି ।

ଅତୀତ ନଥିଲେ ଯେପରି ଅଧୁନା

ସ୍ଥିତି କଳି ହୁଏ ନାହିଁ

ପୁରୁଣା ବର୍ଷର ସ୍ମୃତି ଯେ ଅଭୁଲା

ଚିରଦିନ ଥିବ ରହି ।

ଆଜି ନୂଆବର୍ଷ ସମସ୍ତଙ୍କୁ ମୋର

ହାର୍ଦ୍ଦିକ ଅଭିନନ୍ଦନ

କାମନା କରୁଛି ସୁଖଶାନ୍ତିମୟ

ହେଉ ସବୁରି ଜୀବନ ।



Rate this content
Log in

Similar oriya poem from Abstract