STORYMIRROR

Kshitish Jena

Action Inspirational Children

4  

Kshitish Jena

Action Inspirational Children

କାଳବୈଶାଖୀ

କାଳବୈଶାଖୀ

1 min
10


କାଳବୈଶାଖୀରେ କାଳବିଶାଖୀ

ବୈଶାଖରେ ଦେଖା ଦେଉରେ ଆସି

ଖରା କମିଗଲେ ଉପର ବେଳା

ମାଡ଼ି ଆସୁ ତିଳେ ନକରୁ ହେଳା

ସଙ୍ଗେ ଭଲ ପାଗ ସଙ୍ଗେ ଅନ୍ଧାର

ପତର ଧୂଳିରେ ଦିଶେ ଧୂସର

ଆଖି ନାକ କାନେ ଯାଏରେ ପଶି

ଯାଇ ହୁଏ ନାହିଁ ଆଗକୁ ଧସି 

ଯିଏ ଯେଉଁ ସ୍ଥାନେ ଥାଏରେ ଭାଇ

ଭଲ ସ୍ଥାନ ଦେଖି ସେ ଯାଏ ରହି

ଟିଣ ଓ ଛପର ଯାଏତ ଉଡ଼ି

ଗଛ ଭାଙ୍ଗି ବାଟେ ଯାଏରେ ପଡ଼ି 

ଉପୁଡ଼ିବି ଯାଏ ବିଜୁଳି ଖୁଣ୍ଟ

ବାଗା ଯାଏଁ ହୁଏ ବିଜୁଳି କାଟ 

ଫିରିଫିରା କେବେ ପ୍ରବଳ ଢାଳେ

ବୃକ୍ଷଲତାଙ୍କୁ ରେ ଆଶ୍ଵସ୍ଥି ମିଳେ 

ଆମ୍ବ,କାଜୁ ଯାଏ ଗଛରୁ ଝଡ଼ି

ଫସଲ କିଛିଟା ଯାଏ ଉଜୁଡ଼ି

ଭାଙ୍ଗଇ ସଜନା ଝଡ଼ାଏ ଭଣ୍ଡା

ଦାରୁଣ ହେଲେବି କରାଏ ଥଣ୍ଡା 





Rate this content
Log in

Similar oriya poem from Action