Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

ପିଲାଙ୍କ ଧରିତ୍ରୀ

ପିଲାଙ୍କ ଧରିତ୍ରୀ

1 min
5



ପିଲାଙ୍କ ଧରିତ୍ରୀ ପ୍ରଚ୍ଛଦ ସଭିଙ୍କୁ

ଆକର୍ଷିତ କରିଥାଏ

ତିନୋଟି ପିଲାରୁ ପ୍ରଥମ ପିଲାର

ଫଟୋ ପ୍ରଚ୍ଛଦରେ ରହେ ।

ଅନ୍ୟ ଦୁଇ ଜଣ ପିଲାଙ୍କର ଫଟୋ

ବାହାରଇ ଆଇନାରେ

ନିଜ ମତାମତ ବାହାରେ ଏଥିରେ

ପ୍ରତି ସପ୍ତାହରେ ଥରେ ।

ପିଲା ପାଇଁ ଦିଏ ଶିକ୍ଷଣୀୟ ଗପ

ଥାଏ ତହିଁ ନିତୀ ଶିକ୍ଷା

ଖିଲି ଖିଲି ହସ ହସାଏ ପିଲାଙ୍କୁ

ମନ ମୋହେ ହସ କଥା ।

ଚିତ୍ର ଦେଇଥାଏ ପିଲାମାନେ ନିଜେ

ରଙ୍ଗ କରନ୍ତି ତୁଳୀରେ

ଭଲ ରଙ୍ଗ ଦେଇ ଥିବା ଶିଶୁ ଫଟୋ

ନାମ ଓ ଶ୍ରେଣୀ ବାହାରେ ।

ଶିଶୁଙ୍କ ପ୍ରତିଭା ସବୁରି ଶିଶୁଙ୍କୁ

ବହୁ ଉତ୍ସାହିତ କରେ

ଜଣା ଓ ଅଜଣା ପୃଷ୍ଠା ବହୁ ଜ୍ଞାନ

ଭରଇ ଶିଶୁ ମନରେ ।

କହିଲ ଦେଖି ଓ ଏଥରର ପ୍ରଶ୍ନ

ବିଜ୍ଞାନ ବିଷୟବସ୍ତୁ

ଶିଶୁ ଚିତ୍ରାଙ୍କନ ଶିଶୁଙ୍କ କବିତା

ଆକୃଷ୍ଟ କରେ ପିଲାଙ୍କୁ ।

ପିଲାଙ୍କର ସଦା ରୁଚି ରହିଥାଏ

ପିଲାଙ୍କ ଧରିତ୍ରୀ ପ୍ରତି

ପଢ଼ିଥାଏ ଯିଏ ଜ୍ଞାନ ବଢ଼ିଥାଏ

ପଢ଼ ପିଲାଙ୍କ ଧରିତ୍ରୀ ।



Rate this content
Log in

Similar oriya poem from Abstract