STORYMIRROR

Kshitish Jena

Abstract Inspirational Children

4  

Kshitish Jena

Abstract Inspirational Children

କଲମର ମୂଲ୍ୟ

କଲମର ମୂଲ୍ୟ

1 min
12


କଲମକୁ ଯିଏ ଯେମିତିକା ପରା

କରିଥାଏ ବ୍ୟବହାର

ଠିକ୍ ସେମିତିକା ତା'ର ଜୀବନରେ

ହୋଇଥାଏ ଉପକାର ।

କଲମଟି ଯେବେ ପାଇଥାଏ କବି

ମନରୁ ନିମିଷେ ଭାବି

ଲେଖେ କଳ୍ପନାରୁ ସୁନ୍ଦର କବିତା

ଦେଖାଏ ସମାଜ ଛବି ।

ପରିକ୍ଷାର୍ଥୀ ଯେବେ ଧରେ କଲମଟି

ଲେଖଇ ପ୍ରଶ୍ନ ଉତ୍ତର

ଉତ୍ତୀର୍ଣ୍ଣ ହୁଅଇ ପରୀକ୍ଷାରେ ସିଏ

ରଖିସେ ଭଲ ନମ୍ବର ।

ଦୋକାନୀଟି ଯେବେ କଲମ ଧରଇ

ସଉଦା ହିସାବ କରେ

ବାକି ଗରାଖର ନାମକୁ ଲେଖଇ

ଦୋକାନ ବାକି ଖାତାରେ ।

ଶିକ୍ଷାର୍ଥୀଙ୍କ ଖାତା ସଂଶୋଧନ ବେଳେ

ଶିକ୍ଷକ ତ୍ରୁଟିକୁ ଦେଖି

ଭୁଲ୍ କୁ କାଟି ସେ ନାଲି କଲମରେ

ଦେଇଥା'ନ୍ତି ଠିକ୍ ଲେଖି ।

ରୋଗୀଙ୍କୁ ଦେଖିଲେ ଡାକ୍ତର ଲେଖନ୍ତି 

ଔଷଧ ଚିଠା ରୋଗୀର

ଚିଠା ବଳେ ରୋଗୀ ଔଷଧ ଖାଇଲେ

ରୋଗୀ ରୋଗ ହୁଏ ଦୂର ।

କଲମ ଧରିଲେ କେତେ ଘର ପୋହ୍ଲ

ନକ୍ସା ଆଙ୍କିଦିଏ ଯନ୍ତ୍ରୀ

ସେହି ନକ୍ସା ଦେଖି ଅବିକଳ ତାକୁ

କରିଥାଏ ପରା ମିସ୍ତ୍ରୀ ।

ସମାଜର କିଛି ଦୃଶ୍ୟପଡ଼େ ଯେବେ

ସାମ୍ବାଦିକ ନଜରରେ

କଲମରେ ଲେଖି ସମ୍ବାଦ କରନ୍ତି

ବାହାରଇ ପେପରରେ ।

ପ୍ୟାକେଟ୍ ରେ ଯାର କଲମଟି ଥାଏ

ଶିକ୍ଷିତରେ ଗଣା ହୁଏ

କଲମ ଦର ବଜାରରେ ସ୍ଵଳ୍ପ

ତା'ମୂଲ୍ୟ ପରା କୋଟିଏ ।


Rate this content
Log in

Similar oriya poem from Abstract