STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗର୍ବଗଞ୍ଜନ ଗିରିଧାରୀ

ଗର୍ବଗଞ୍ଜନ ଗିରିଧାରୀ

1 min
314


ଗାଳି ତୁ ସହୁହେ ଭକ୍ତର।

ଗର୍ବ ନ ସହୁ ତୁ କାହାର।।


ଗର୍ବଗଞ୍ଜନ ନାମ ତୋର।

ଅଟୁ ତୁ ପ୍ରଭୁ ନିରାକାର।।


ଇନ୍ଦ୍ରର ଗର୍ବ  ଚୂର୍ଣ୍ଣ କଲୁ।

ଗୋବର୍ଦ୍ଧନ କୁହେ ଟେକିଲୁ।।


ଅଙ୍ଗୁଳିରେ ଯେ ଉଠାଇଲୁ। ବର୍ଷରୁ ଜନେ ରକ୍ଷାକଲୁ।।


ମଥୁରା ଗୋକୁଳ ସମସ୍ୟା।

ବୃନ୍ଦାବନରେ ବହୁ ବର୍ଷା।।


କାହିଁକି  ଇନ୍ଦ୍ରର  ପ୍ରକପ ।

ସାତ ଦିନରୁ ବର୍ଷା ତାପ।।


ନ କଲୁ ପୂଜନ  ଇନ୍ଦ୍ରର । କରନ୍ତି ବର୍ଷା ଭୟଙ୍କର।।


କହିଲେ କୃଷ୍ଣେ ଆଗେ ସର୍ବେ।

ଇନ୍ଦ୍ର କରୁଛି ବର୍ଷା ଗର୍ବେ ।।


ହେ କୃଷ୍ଣ କହ କି କରିବୁ ।

ବିପଦୁ ରକ୍ଷା ଯେ କରିବୁ।।


ହସି କହିଲେ କୃଷ୍ଣେ ତାଙ୍କୁ ।

ପୂଜ ତୁମେ ଗୋବର୍ଦ୍ଧନଙ୍କୁ।।


ଚାଲ ସମସ୍ତେ ଗୋବର୍ଦ୍ଧନ ।

ପୂଜିବା ତହିଁ କରି ଧ୍ୟାନ।।


ନୈବେଦ୍ୟନେଇ ଚାଲ ସବୁ। 

ରକ୍ଷା କରିବେ ମହାବାହୁ।।


ଟେକିଲେ କୃଷ୍ଣ ଗୋବର୍ଦ୍ଧନ। ରକ୍ଷା କରିଲେ ନଗ୍ରଜନ।।


ଛତା ସେ କରିଲେ ପର୍ବତ ।

ବର୍ଷାରୁ ରକ୍ଷା ଯେ ସମସ୍ତ।।


ପୂଜା କଲେ ଟି ଗୋବର୍ଦ୍ଧନ ।

ଇନ୍ଦ୍ରର ଗର୍ବ କଲେ ଚୂର୍ଣ୍ଣ।।


ଯାହାର ମାୟା ଅଗଚର ।

ବାସବ ଶକ୍ତି ହେଲା ଚୂର।।


ହେ କୃଷ୍ଣ ଗୋପୀ ପ୍ରାଣଧନ। ଭକ୍ତର ତୁମେ ଭଗବାନ।।


ଅନାଦି  ଅନନ୍ତ  ଆମର ।

ସୃଷ୍ଟିକର୍ତ୍ତା  ତୁ ବ୍ରହ୍ମାଣ୍ଡର।।


ତୁମ ଚରଣେ ରହୁ ଧ୍ୟାନ ।

 ଅଟୁ ତୁ ସବୁରି କାରଣ।।


ହେ ଗିରିଧାରୀ ଦୟା କର ।

ଭକ୍ତର ଦୁଃଖ ଦୂର କର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract