STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

କଥା ରହିବ କାଳକୁ

କଥା ରହିବ କାଳକୁ

1 min
317

ମେଘ ପର ଖରା ଟାଣୁଆ ବଡ଼ ଲୋ

ସୁଖ ପରେ ଯେହ୍ନେ ଦୁଃଖ,

ରୂପ ଯଉବନ ମାନ ସନମାନେ

ମୋହିତ ସଂସାରୀ ଯାକ।


ଆଳିକ ସୁଖକୁ ଆବୋରି ଧରି ତୁ

ବିଭୋର ହେଉଥା ଯେତେ,

ଦି'ଘଡି ପରେ ଅନ୍ଧାର ନଇଁବ

ଉଣ୍ଡୁଥିବୁ ସୁଖ କେତେ।


ଶଗଡ଼ ବଢୁଛି ଆଗକୁ ଆଗକୁ

ଚକ ଯାଏ ଗଡ଼ି ଗଡ଼ି,

ଚକ କିବା କେବେ ବଢ଼ି ପାରିବ ଲୋ

ଆପଣା ଅଖକୁ ଛାଡ଼ି।


ନଈ ସୁଅ ସିନା ତଳକୁ ତଳକୁ

ଭଉଁରୀ କାଟୁଛି ଘେରା,

କବଳ କରିବ କାଳ ବଳେ କଳେ

ଜାଣି'ଥା ଯେତେ ପହଁରା।


କହିବା କଥାକୁ ଆଚରିଲେ ସିନା

କଥା ରହିବ କାଳକୁ

ବାକ୍ୟବୀର ମାତ୍ର କର୍ମଭୀରୁ ହେଲେ

ନୋହିବ କେଉଁ କୂଳକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract