ତୁମ ସ୍ମୃତି
ତୁମ ସ୍ମୃତି
କିଏ ମୋତେ ଛୁଇଁଲା କେ'ଜାଣି
ତୁମ ଛୁଆଁ ପରି ପ୍ରତେହେଲା
ପ୍ରୀତି ନୁହଁ ସ୍ମୃତି ତୋ ପ୍ରିୟାର
କହି ସିଏ ଅପସରି ଗଲା ।।
ତଥାପି ମୁଁ ଶୁଣିଲି ହୃଦ'କୁ
ଧକ ଧକ ଶବଦ ଉହାଡ଼ୁ
ଛୁଇଁ ଛୁଇଁ ଶୁଣିଲି ଛାତିକୁ
ସ୍ପନ୍ଦନ ସ୍ନାୟୁରୁ କହୁଥିଲା ।।
ପ୍ରତାରଣା ଅବା ପ୍ରତ୍ୟାକ୍ଷାନ
ସେ ସବୁର କାରଣ ଠୁଁ ଦୂରେ
ତୁମ ଆଖି ଝରା ଲୁହ କଥା
ମୋ ଛାତିର କୋହ କହୁଥିଲା ।।
କହୁଥିଲା ଯେମିତି ସେ ତୁମେ
ଆଗପରି ଲାଗୁନାହଁ ଆଉ
ହେଲେ ମଉଳା ଫୁଲର ବାସ୍ନା
ପବନରୁ ବାରି ହେଉଥିଲା ।।
ଜାଣିଥାନ୍ତି ଯଦି ସଂଜୀବନି
ସ୍ମୃତିରେ ଜୀବନ ଦ୍ୟନ୍ତି ରୋପୀ
ତୁମ ସ୍ମୃତି ପ୍ରକଟିତ ହ୍ଵନ୍ତା
ତୁମ ପ୍ରତିରୂପ ପରି ତୋରା ।।
ଆଶା ଭାଷା କଳ୍ପନାର କଥା
ତୁମ ପରି ଲାଗେ ଆପଣାର
ତୁମେ ନାହଁ ହେଲେ ତୁମ ସ୍ମୃତି
ତୁମ କଥା କାନେ କହିଗଲା ।।
**^**^**^**^**^**^**

