STORYMIRROR

Dr Baman Chandra Dixit

Abstract Classics Inspirational

4  

Dr Baman Chandra Dixit

Abstract Classics Inspirational

ପ୍ରୀତି ପ୍ରତୀକ

ପ୍ରୀତି ପ୍ରତୀକ

1 min
1

ଆଜିର ନାଲୀ ଗୋଲାପ କାଲି ମଉଳିବ କିପରି ସେ ହେବ କେଉଁ ପ୍ରୀତିର ପ୍ରତୀକ ପ୍ରେମୀ ଦିବସରେ ପ୍ରେମ ହେଲେ ବାଟବଣା ପ୍ରତୀକ ନୋହି ହେବ ସେ ସ୍ଥିତିର ସ୍ମାରକ । ଦିନୁଁ ଦିନ ଜୀବନଟା ଶସ୍ତା ହୁଏ ଏଠି ଜୀବନର ମୂଲ୍ୟବୋଧ ଅଭାବ ଗ୍ରସିତ ସେନେହ ମମତା ଶ୍ରଦ୍ଧା ଆଦର ଅଭାବେ ସମ୍ପର୍କ ସମସ୍ତ ସ୍ଥାଣୁ ଅବସ୍ଥାକୁ ପ୍ରାପ୍ତ । ପ୍ରେମ ଆଜି ସାଜିଲାଣି ପ୍ରଦର୍ଶନୀ ମାତ୍ର , ପ୍ରତିଯୋଗିତା ର ଲକ୍ଷ ପ୍ରତିଭାଗୀ ଏଠି ଆମୋଦର ବସ୍ତୁ ସାଥେ ବିନୋଦ ନିମିତ୍ତ ଅପବାଦ ପ୍ରତି କାହିଁ ନାହିଁ କା'ର ଦୃଷ୍ଟି । ପ୍ରେମର ଅବ୍ୟକ୍ତ ଭାବ ତୃପ୍ତ ଅନୁଭୂତି ସ୍ୱଚ୍ଛନ୍ଦତା ଆଳେ ଆଜି ଆହତ ବ୍ୟଥିତ ଉତ୍ଶୃଙ୍ଖଳ ଆଚରଣ ନଗ୍ନତା ର ଖେଳ ପୁତ ପବିତ୍ର ପ୍ରେମ କୁ କରେ କଳଙ୍କିତ । କ୍ଷଣିକ ଉନ୍ମାଦେ ହୋଇ ଉନ୍ମତ୍ତ କଦାପି ଆତ୍ମୀୟ କ୍ଷଣ ସବୁକୁ ଉଜାଗର କରି କେଉଁ ପ୍ରେମ ପରାକାଷ୍ଠା ପ୍ରାପ୍ତ କରିପାରେ କୁହ କେବେ ସ୍ଥିର ଚିତ୍ତେ ଚିନ୍ତିଛ ବିଚାରି ? ହୟାହୀନା ମର୍ଯ୍ୟାଦାରେ ବାଧକ ସର୍ବଦା ଲଜ୍ୟା ଆଭୂଷଣେ ସଦା ସୌନ୍ଦର୍ଯ୍ୟ ଶୋଭିତ ସଂଜମିତ ପ୍ରୀତିଭାବ ଆଚରଣ ରହୁ ପ୍ରୀତିର ଗାରିମା ହେଉ ମହିମା ମଣ୍ଡିତ ।। **^**^**^**^**^**^**^**^**^**^      


Rate this content
Log in

Similar oriya poem from Abstract