STORYMIRROR

Dr Baman Chandra Dixit

Abstract Inspirational

4  

Dr Baman Chandra Dixit

Abstract Inspirational

ମୁଁ ମୋ ପାଇଁ

ମୁଁ ମୋ ପାଇଁ

1 min
11

ମୁଁ.... କିଛି ହଅଁ କିଛି ନା...
କିଛି ନିଆଁ , କିଛି ଧୂଆଁ
 ଆଲୁଅ ଅଳପ ଅନ୍ଧାର ଅନେକ
 ବଇଶାଖୀ ଝାଞ୍ଜି ବାଆ ।।

ନିରବ ସମ୍ମତି ସାଉଁଟିଛି କିଛି
 କିଛି ମିଠା କିଛି ଖଟା ଅନୁଭୂତି
 ଅନାମ ଗୀତର ବେନାମୀ କବି ମୁଁ
 ଫିକା ଫିକା ଦିଶେ ନାଆଁ ।।

ମୁଠେଇ ଧରିଛି ଗାଆଁ ମାଟି କିଛି
ସହରୀ ବାଟରେ ପାଦ ଅଟକିଛି
 ଅଣ ଲେଉଟା ମୁଁ ଅଫେରା ରାଇଜୁ
ପ୍ରବାସେ ଖୋଜୁଛି ରାହା ।।

ଭାଷା ବଇଭବ ଜାତିର ଗୌରବ
ସାହିତ୍ୟ ସଂସ୍କୃତି ପ୍ରୀତି ରୀତି ଭାବ
ପ୍ରଦୀପ ଜାଳୁଛି ହାତ ଆଡ଼େଇଛି
 ବଇରୀ ସାଜୁଛି ବାଆ ।।

ଆଳାପକୁ ମୋର କହେ କେ ପ୍ରଳାପ
ଲାଗେ ମୋତେ କେବେ ଯେମିତି ବିଳାପ
ତଥାପି ସମୃଦ୍ଧ ସଂଳାପ କହେ ମୋ
ଭାଷା ବଇଭବ ଯାହା ।।

ଶୁଣ କାନ ଡେରି ପ୍ରବାସୀ ପ୍ରହରୀ
ମାଆ ମାଟି ମାତୃଭାଷାର ଗୁହାରି
ଉଜ୍ଜୀବିତ କର ନିଜ ଭିତରର
ଓଡ଼ିଆ ପୁଅର ନାଆଁ ।।

ଶୁଣିଲେ ଶୁଣୁ ବା ନଶୁଣିଲେ ନାହିଁ
ଶୁଣାଉଥିଲେ ରେ ଜାଣିବ ତ କେହି
ହଜିଯିବି ଯେବେ, କେହି ଯଦି ଖୋଜେ
 ସାର୍ଥକ ମଣିବି ତାହା ।। **^**^**^**^**^**^**^**^**^


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract