Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Abstract

3  

Akshayakumar Dash

Abstract

ଚାଷୀ

ଚାଷୀ

1 min
227


ତୁମପରି ମୁଁ

ସରକାରୀ ଚାକିରୀ କରିନି

ନେତାହୋଇ ଜନତାଙ୍କ ପଇସାରେ

ଭାଗ ବସାଏନି କି

ତେଲରେ ଧଳାତେଲ ଫେଣ୍ଟି

ଭେଜ।ଳକୁ ବଜାରେ ବିକେନି ।

ଭୋରୁ ରାତିଯାଏ

ଛାତିକୁ ପଥରକରି

ମୁଣ୍ଡଝାଳ ତୁଣ୍ଡରେ ମାରି

ଘରେ ବିଲରେ

ସମୟ ସାଙ୍ଗରେ ଲଢେଇ କରେ।

ମାଟି ମାର ଅଝଟ ସନ୍ତାନ ଟିଏ ।

ଧାରା ଶ୍ରାବଣର ମୁସୁଳ ସହୁଛି ତ

ବୈଶାଖୀ ତାଉଆ ତାତିରେ ଚାଲୁଛି

ଫନି ପରି ଝଡ଼,ଅବା ହାଡଭଙ୍ଗା ଜାଡ଼ା

ବଞ୍ଚିବା ମରିବା ଘେନି ନାହିଁ ଟିକେ ଡର ।

ମୋ ଫସଲ ବାତ୍ୟା ବନ୍ୟା ବା ମରୁଡିରେ

ଉଜୁଡିଗଲେ କି ପୋକମରା ହେଲେ

ନୁହେଁ ମୁଁ କାହାର

ଆତ୍ମହତ୍ୟା ମୋର ସାର ।

କାହାପାଇ କେଉଁ ସୁଖ ପାଇଁ?

ଧକା ଖାଇଖାଇ ଖଟୁଛି ଏତିକି

ଶସ୍ୟଶ୍ୟାମଳ କରୁଛି ଧରାକୁ

ବେତା ବେତା ବିଲାତି ସଚୁଛି କ୍ଷେତରେ

କୋବି ମୂଳା ଖତଗଦା ହୁଏ ।

ଆଳୁ ମୋ ମାଟିର ଫଳ

ମାଛ,ଅଣ୍ଡା,କଦଳି ବି ଆନ୍ଦ୍ର ରୁ ଚାଲାଣ?

ସବୁଠୁ ଉର୍ବରା

ମୋ ମାଟିର ବଳ ।

ଏଠି ନେତା ମାଳ ମାଳ

ଭେଟ ଭୋଟ ବେଳେ ,ଜନତାଙ୍କ

ଆବଶ୍ୟକ ଶୀତଳ ଭଣ୍ଡାର

ଖାଦ୍ୟ ସୁରକ୍ଷାବ୍ୟବସ୍ଥାନାହିଁ

ଆଙ୍କ ହିସାବରେ ଚାଷୀଆତ୍ମହତ୍ୟା ଛାର ।



Rate this content
Log in

Similar oriya poem from Abstract