STORYMIRROR

Akshayakumar Dash

Action Classics Inspirational

4  

Akshayakumar Dash

Action Classics Inspirational

କୃଷ୍ଣ

କୃଷ୍ଣ

1 min
301


ଅନ୍ଧାର ରାତ୍ରୀ

ଅଜ୍ଞାନ ନିଦ୍ରାରେ ରତ 

ଅହଂକାରୀ କଂସ

ଅଖଣ୍ଡ ବର୍ଷାର ତାଣ୍ଡବ

ଅନନ୍ତ ଲୀଳାମୟ ଦିବ୍ୟ ଶକ୍ତି

ଅନ୍ତରାଳ ବନ୍ଦୀ ଗୃହରେ

ଅଷ୍ଟମ ଗର୍ଭରୁ ଜାତ ବାସୁଦେବ।

ଅପୂର୍ବ ଅଭିଜ୍ଞ ଅଗଣିତ ଅପରାଜୟ

ଅଗ୍ରଗଣ୍ୟ ଅହଙ୍କାର ଅଣୁ

ଅପରିବର୍ତ୍ତିତ ଅବସାଦ ରହିତ

ଅଧର୍ମି ମାନଙ୍କ ଆସକ୍ତି

କଳ୍ପ କଳ୍ପକୁ ଧର୍ମର ସ୍ଥାପନ ନିମିତ୍ତ 

ଅଳ୍ପ ଶିଶୁ ବୟସରୁ ସ୍ବଭାବତ

ଅଧର୍ମ ନାଶ ନିମିତ୍ତ

ଅପୂର୍ଣ୍ଣ ଧର୍ମ ରକ୍ଷା ନିମିତ୍ତ

ଅଗାଧ ଗୋପ ଗୋପୀ ପ୍ରେମର ମୁରଲୀ

ଅବଲୋକନ ପ୍ରଜ୍ଞା ପ୍ରତିଷ୍ଠା

ଅଚ୍ୟୁତ, ଗିରିଧାରୀ, କେଶବ, ଗୋବିନ୍ଦ

ଅଭୟ ନନ୍ଦ ନନ୍ଦନ କାହ୍ନୁ

ଅର୍ବାଚିନ ଅତୁଳ ପରକ୍ରମ 

ଅସୁର ଶକ୍ତିର ପରାସ୍ତ

ଅନ୍ତରରେ ଆରାଧ୍ୟ ବାସୁଦେବ।

ଅର୍ଜୁନଙ୍କ ସଖା, ରଥର ସାରଥୀ ରଥି

ଅପର୍ଯ୍ୟାପ୍ତ ଅସ୍ତ୍ର ଦୁର୍ଯୋଧନକୁ ଦାନ

ଅକ୍ଷୋଉଣି ସୈନ୍ୟ

ଅହଙ୍କାର ବଳ, ବିଦ୍ୟା, ଛଳନା, କପଟ

ଅନାହୁୟ ଅସତ୍ୟର ପରାଜୟ

ଅନ୍ଧ ଧୃଷ୍ଟରାଷ୍ଟ୍ର ଗାନ୍ଧାରୀ ସତପୁତ୍ର

ଅଧର୍ମର କୁରୁକ୍ଷେତ୍ର ରଣ

ଅସୂୟାରେ ବିନା ଯୁଦ୍ଧେ ନଛାଡ଼ିବି

ସ୍ୱଳ୍ପ ଭୂମୀ ସୁଚ୍ୟାଗ୍ରେ ମେଦିନୀ

ଅତୁଳ ଧର୍ମର ବଳ ବାସୁଦେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action