STORYMIRROR

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

ଗଇଛ ଶାଗ

ଗଇଛ ଶାଗ

1 min
198


କୋଳଥ ସାଥି ସହିତ ମାତି

ଉଠେ ଗଇଛ ଶାଗ,

କାର୍ତ୍ତିକ ମାସ ଆହାର ଆସ

କରିବା ତାକୁ ଆଗ।

ଥଣ୍ଡା କି କାସ, ଜର ନ ବାସ

ଶରୀର ମହୋଷଧ,

ଦେହର ପିତ୍ତ ପାଇଁଟି ମିତ

ପରିକା ଅଟେ ଗଦ।

ହବିଷ ଅର୍ଣ୍ଣ ସହିତ ମନ

ଗଇଛ ଶାଗ ଭଜା,

ପ୍ରକୃତି ରାଣୀ ଦେଇଛି ଜାଣି

ଔଷଧ ଖାଦ୍ୟ ମଜା।

ସବୁଜ ଛୋଟ ପତର ତୋଳି

ଆଣିବା ଧୋଇ ଦେଇ,

 ପରିକା ଶାଗ ଭାଜିବା ଆଗ

ପରସି ଦେବା ନେଇ।

ଛୁଆରୁ ବୁଢ଼ା ହୁଅଇ ଲୋଡା

ଗଇଛ ଶାଗ ଭଜା,

କାର୍ତ୍ତିକ ସାରା ଦିଅଇ ଧରା

ତାହାର ପାଆ ମଜା।

ନାକରୁ ପାଣି ଗଡିଲେ ଜାଣି

ଶୀତ ଦିନିଆ ରୋଗ,

ପିତ ଜର କି କାଶ ସରଦି

ଗଇଛ କର ଯୋଗ।

ଆଜକୁ ସହେ ବରଷ ତଳେ

ନଥିଲେ ଡାକତର,

କତିରୁ ପାଏ ଜଡ଼ି ବୁଟିକୁ 

ବଇଦ ତରଭର।

ଗଇଛ ପରି ବୃକ୍ଷ ଲତାଙ୍କ 

ଔଷଧ ଗୁଣ ଜାଣି,

ରୋଗରେ ଆଣି ପ୍ରୟୋଗ ଜାଣି

ଚରକଙ୍କର ବାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action