STORYMIRROR

Amit Bal

Tragedy Action Inspirational

4  

Amit Bal

Tragedy Action Inspirational

ଦନାର ମାଝୀ

ଦନାର ମାଝୀ

1 min
348

ନିଃସଙ୍ଗ ଅସହାୟତା ଏବଂ ଶେଷହୀନ ଉଷ୍ଣ ଦୀର୍ଘଶ୍ଵାସ

     ବେଳେ ବେଳେ ଭାଙ୍ଗି ଦିଏ ମଣିଷର ଆତ୍ମବିଶ୍ବାସ

ସରିସରି ଯାଏ ସତେକି ମାନବିକତା ସମଗ୍ର ଧରା ପୃଷ୍ଠରୁ

     ଆଉ ନ୍ୟାୟ ଅନ୍ୟାୟ ବିଚାର ନିଏ ଅନ୍ତିମ ନିଃଶ୍ବାସ ,


ଦନାର ମାଝୀର ନିସ୍ତାର କାହିଁ ସମାଜର ବିଧି ବ୍ୟବସ୍ଥାରେ

   ନୀତି କାହାର ନା କାହାର ଶବକୁ ସେ ବୋହେ କାନ୍ଧରେ 

କ୍ଷୁଧାର ଯନ୍ତ୍ରଣାରେ ମିଳେଇ ଯାଏ ତାର ସମସ୍ତ ପ୍ରତିବାଦ

  ସଭ୍ୟ ସମାଜ ଦାର୍ଶନିକ ପାଲଟେ ତାର ଏ ଦୂରାବସ୍ଥାରେ,


ଲୁପ୍ତ ହୁଏ ତା ଅନ୍ତରର ଦହନ ତା ଆତ୍ମୀୟର ଜୁଇରେ

ଦୁନିଆ ସହାନୁଭୂତି ଦେଖାଏ ତିଳତିଳ ମାରିବା ଅଭିପ୍ରାୟରେ

ବଡ ଭୟଙ୍କର ସଂସାରର ସେ ଦେଖାଣିଆ ଚକ୍ରବ୍ୟୁହ

ଖାଲି ମିଛ ସଂଳାପର ମଧୁମୟ ଉଚ୍ଚାରଣ ନିଘଞ୍ଚ ଅନ୍ଧାକାରେ,


ଆଜି ଅନ୍ଯାୟ ଅରାଜକତାର ସର୍ବଗ୍ରାସୀ ବଳୟ ଭିତରେ

       ଦନାର ମାଝୀ ହାତ ଟେକିଦିଏ ବିଦଗ୍ଧ ହୃଦୟରେ

ଲିଭି ଯାଏ କେତେ ଯେ ଜୀବନ ପ୍ରଦୀପ ପ୍ରତି ମୁହୂର୍ତ୍ତରେ

      ସଭ୍ୟ ସମାଜର ସେ ଅସଭ୍ୟ ହୋ ହାଲ୍ଲା ଆଡରେ,


ତଥାପି ଦନାର ମାଝୀ ବଞ୍ଚିଛି ଭଙ୍ଗା ଜୀବନକୁ ଜଗି

         ଆଞ୍ଜୁଳାଏ ଲୁହ ପିଇ ନିଜ ଭାଗ୍ୟକୁ ଭୋଗି

କାଳରାତ୍ରିର ଅସହାୟ ବାଟବଣା ପକ୍ଷୀଟେ ପରି

         ପ୍ରତୀକ୍ଷାରତ ନୂଆ ସକାଳ ଦେଖିବା ଲାଗି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy