STORYMIRROR

Sanghamitra Samantaray

Abstract Tragedy Inspirational

1.0  

Sanghamitra Samantaray

Abstract Tragedy Inspirational

ପ୍ରଜାପତି

ପ୍ରଜାପତି

1 min
26.6K


ଆହାଃ...

ପୁଣି ଗୋଟିଏ ପୂନର୍ଜନ୍ମ

ବାହୁଡା ପରେ ବିଜେ ଯାତ୍ରା

ଏ ଜୀବନରୁ ସେ ଜୀବନ

ସେ ଜୀବନରୁ ଏ ଜୀବନ

ରୀତିମତ୍ ଗୋଟେ ଆସିବା ଯିବାରେ ପୂର୍ଣ୍ଣଛେଦ ନାଇଁ କୋଉଠି ବି....।

ପ୍ରଜାପତି ପରି ତୁମ ଚାରି କଡେ

ଅନବରତ୍ ଘୂରି ବୁଲିବାରେ ସତେ କି ଅପୂର୍ବ ପୂଲକ କହ ତ !

ପ୍ରଜାପତି କଣ କେବେ ଶବ୍ଦ କରେ, ସେ ତ ସବୁ ସୂଚାଇ ଦିଏ 

ତା ଦୁଇ ଡେଣା କୁ ହଲାଇ 

ତା ନୀରବ ଉଚ୍ଚାରଣକୁ ଯଦି

ତୁମେ ବୁଝିବାରେ ଅକ୍ଷମ

ତା'ର ଅବା ଦୋଷ କ'ଣ....???

ଦେଖ ତ ମୁଁ ଏବେ କେମିତି 

ବିଷର୍ଣ୍ଣ ବିବଶ ହେଲିଣି

ଡେଣା ଦୁଇଟି ଯାହା ଝଡିବାକୁ ବାକି ଅଛି

ୟା' ପରେ ସମାଧିସ୍ଥ ହେବାର ମୁହୂର୍ତ୍ତ ଆଗତପ୍ରାୟ...।

କେବେ ସଂବାଳୁଆରୁ

ପ୍ରଜାପତିର ରୂପ ନେଇଥିଲି

ତୁମରି ଛୁଆଁରେ

ଏବେ ଜୀବନଚକ୍ରରେ 

ତଳକୁ ଯିବାର ସମୟ

କି ଅସହାୟପଣ

ଦେଖ ତ,ଚାହିଁଲେ ବି ଲାଚାର ମୁଁ,

ଫେରି ଯିବି ପୁଣିଥରେ ସେହି

ଗର୍ଭଗୃହକୁ ଏବେ ପୁଣି ଖୋଳପା ଭିତରେ ପ୍ୟୁପା ହେବାର ସମୟ ଉପନୀତ ...।

(ସଂଘମିତ୍ରା ସାମନ୍ତରାୟ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract