STORYMIRROR

Sanghamitra Samantaray

Abstract

2  

Sanghamitra Samantaray

Abstract

ଛାଇ

ଛାଇ

1 min
13.5K


ତୁମେ ଯେତେ ଅସ୍ଵୀକାର କଲେ ମଧ୍ୟ ସେ ଛାଇର ଅସ୍ତିତ୍ବକୁ

ମୁଁ କଣ ମୂର୍ଚ୍ଛିପାରେ ତାର

ଅନାବଶ୍ୟକ ଅଥଚ ଦମ୍ଭିଲା ଉପସ୍ଥିତିକୁ...।

ତୁମ ଯିବା ଆସିବା ରାସ୍ତାରେ

ଏମିତିକି ତୁମ ସୁଶୁପ୍ତିରେ ବି

ଫୁଙ୍କି ଦେଇଯାଏ ସମ୍ମୋହନର

କାଉଁରୀ ମନ୍ତ୍ର

ତାପରେ ତ ତୁମେ କେବଳ ତା'ର ....।

ଆହାଃ....

କେତେ ଦମ୍ଭ କେତେ ଶୃଙ୍ଖଳିତ

ସେ ମନ୍ତ୍ରଶିକ୍ତ ଅନୁରାଗର 

ଛନ୍ଦ ଛନ୍ଦରେ ଯେ ତୁମେ

ମୁକୁଳି ଆସିବାର ବାଟ ଇ' ଖୋଜନି

ସବୁ ଅକାରଣ ଆଉ ନିରର୍ଥକ

ପାଲଟେ ତୁମ ପାଇଁ ।

ମୁଁ ଖାଲି ଯାହା ଗୋଟେ

ଭୟାର୍ତ୍ତ ଆବର୍ତ୍ତମୟ ପୃଥିବୀରେ

ପ୍ରଳୟଙ୍କରୀ ଅବଶୋଷରେ

ଗଣୁଥାଏ ଅବଶିଷ୍ଟ ଆୟୁଷର

ବଳକା ଦୀର୍ଘଶ୍ଵାସ ।

ସେ ଗୋଟାଏ ମୋହ 

ନା ମୁଁ ତୁମଲାଗି ମାୟା 

କିଛି ବି ବୁଝା ପଡେନି

ସେ ଶୂନ୍ୟତାର ଘୁଙ୍ଗୂର ପିନ୍ଧି ଆସେ ହେଲେ

ହୁଲ୍ ସ୍ତୁଲ୍ ମଚେଇ ଦେଇଯାଏ

ମୋ ଆତ୍ମାର ଚଉହଦୀକୁ ଥରାଇ...

ଅନାହୂତ ଆଶଙ୍କାର ସୁନାମୀରେ

ଧ୍ବଂସାଭୀମୂଖୀ ଏବେ 

ମୋ ପ୍ରେମର ସମଗ୍ର ସହର ।

    

( ସଂଘମିତ୍ରା ସାମନ୍ତରାୟ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract