STORYMIRROR

Sanghamitra Samantaray

Romance

3  

Sanghamitra Samantaray

Romance

ପ୍ରେମ ଏଯାବତ୍

ପ୍ରେମ ଏଯାବତ୍

1 min
13.7K


ଯେତେ ଯାହା କଥା ଦେଇଥିଲି

ପ୍ରଥମ ଦେଖାରେ ଆଉ ମହମହ ଦେହର ଛୁଆଁରେ

ସଜ କଦଳୀ ପତ୍ରରେ ସାଇତା ଭୋଗପରି

ସବୁ ରହିଛି ଏ ଯାବତ୍ ସତେଜ ସୁନ୍ଦର...

ଝଟକି ଯାଏ ଆଖି ଏବେ ବି

ମହକି ଯାଏ ତନୁମନ

ପ୍ରଥମ ଦେଖାର ପ୍ରଣୟ ପରି

ଯେବେ ବି ସ୍ମୃତି ର ପରଦା ଉହାଡୁ

ତାକୁ ନିରେଖି ଦେଖେ ।।

ଫିଙ୍ଗି ଦେଲ ସବୁ କିଛି

ଦେହ ଆଉ ମନର ଯନ୍ତ୍ରଣା

ତା ସାଥେ ପଙ୍ଗୁତ୍ୱର ଭାବ

ପୋଛିପାଛି ଦେଇ ଲୁହ ଓ ଲହୁକୁ

ମୋ ପଣତ କାନିରେ

ଦେଖ ଏବେ ତୁମେ କେମିତି ଝଲସି ଉଠୁଛ ।।

ମୁଁ ଜାଣିନି ଶବ୍ଦର ବିନ୍ୟାସ

ଜାଣିନି ବି କବିତାର ଧାରା

ତଥାପି ଢାଳି ଚାଲେ ତୁମ ପାଇଁ

ଅଜସ୍ର ପ୍ରେମବାରି

ଧୋଇବାକୁ ସମସ୍ତ ଦୁଃଖ ତୁମର

ଜୀବନ ଯନ୍ତ୍ରଣାର ଶବ୍ଦକୋଷରୁ

ସେ ଲାଗି କରୁଛି ଏ ଯାଏଁ ପ୍ରଚେଷ୍ଟା ।।

ଦେଖ...,

ଆଉ କେବେ ହେବନି ଅମାନିଆ

କି କରିବନି ମନ ଟିକେ ହେଲେ ଊଣା

ସବୁଠି ତ ତୁମ ପାଖେ ପାଖେ

ହୋଇଛି ମୁଁ ଠିଆ...

ଶବ୍ଦର କୋଣାର୍କ ଗଢି ପାରିବି କି ନାହିଁ

ଜାଣିନି ସେ କଥା

କିନ୍ତୁ ଫୁଲ ପରି ନିତି ଫୁଟୁଥିବି

ତୁମ ମନ ବଗିଚାରେ

ବିଞ୍ଚୁଥିବି ସୁଗନ୍ଧ

ଭରୁଥିବି ସତେଜତା ଜୀବନରେ

ପାଖେ ପାଖେ ରହି ତୁମ ସଦା

ଯାହା ଦିନେ ଅଭୁଲା ଅତୀତ ହୋଇ

କାନେ ତୁମ କହୁଥିବ

କେତେ ପଛ କଥା ।।     ।।ସଂଘମିତ୍ରା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance