ଆମ୍ବ ଅଟଇ ଜାତୀୟ ଫଳ
ଆମ୍ବ ଅଟଇ ଜାତୀୟ ଫଳ
ଆମ୍ବ ଅଟଇ ଜାତୀୟ ଫଳ
ଏହାର ଅନ୍ୟ ନାମ ରସାଳ
ଫଗୁଣରେ ହୁଅଇ ବଉଳ
ଚଇତରେ ଫଳଇ ଯେ ଫଳ
କଞ୍ଚା ରେ ହୁଅଇତ ଆମ୍ବୁଲ
କାଜୁ ଦେଇ ହୁଏ ଖଟା ଝୋଳ
ଖଟା ଲାଗଇ ପାଟିକୁ ଭଲ
ପୁଣି ହୁଅଇ ଆଚାର ଭଲ
ମିଠା ଖଟା ଆଚାରତ ଭଲ
ପାଚିଲା ଆମ୍ବ ଭାରି ସୁଆଦ
ଖାଇଲେ ସତେ ଲାଗେ ଆମୋଦ
ମୁଢ଼ିରେ ଖାଅ ଭାତରେ ଖାଅ
ମନକୁ ଆହା ମୋହାଇ ଦିଅ
ବାହାଘର ଯାନୀ ଯାତରା ଅବା
ମେଳା ମଉଛବ କୁ ଆଣିବା
ଆମ୍ବ ହୁଅଇ ଠାକୁର ଭୋଗ
ପବିତ୍ର ଲାଗଇ ସେହି ଭୋଗ
ଥଣ୍ଡା ପାନୀୟ ମାଜା ଓ ଫୃଟି
ତିଆରି ହୁଏ ଆମ୍ବକୁ କାଟି
ପାଚିଲା ଆମ୍ବ ସବୁରି ପ୍ରିୟ
କଞ୍ଚା ଆମ୍ବଯେ ପିଲାଙ୍କ ପ୍ରିୟ
ଦ୍ବିପ୍ରହର ଟାଣ ଖରା ବେଳେ
ଭିଡ଼ ଜମେ ଆମ୍ବ ଗଛ ମୂଳେ
ଆମ୍ବ ବିଛାନ୍ତି ଟେକାକୁ ଛାଟି
ଆମ୍ବ ପଡ଼ଇ ଗୋଟିକୁ ଗୋଟି
ପିଲାଏ ହୁଅନ୍ତି ଭାରି ଖୁସି
ଆମ୍ବ ଖାଆନ୍ତି ସଭିଏଁ ମିଶି
ଟାକୁଆରୁ ହୁଏ ନୂଆ ଗଛ
କେଉଁଟା ନେବ ଆଗରେ ବାଛ
ଏହା ଥିଲା ଆମ୍ବ ଇତିହାସ
ଲେଖିଲି ନଧରିବ ମୋର ଦୋଷ ।

