STORYMIRROR

LALIT MOHAN DASH

Romance Classics Inspirational

4  

LALIT MOHAN DASH

Romance Classics Inspirational

ଆମ୍ବ ଅଟଇ ଜାତୀୟ ଫଳ

ଆମ୍ବ ଅଟଇ ଜାତୀୟ ଫଳ

1 min
361

ଆମ୍ବ ଅଟଇ ଜାତୀୟ ଫଳ

ଏହାର ଅନ୍ୟ ନାମ ରସାଳ

ଫଗୁଣରେ ହୁଅଇ ବଉଳ

ଚଇତରେ ଫଳଇ ଯେ ଫଳ

କଞ୍ଚା ରେ ହୁଅଇତ ଆମ୍ବୁଲ

କାଜୁ ଦେଇ ହୁଏ ଖଟା ଝୋଳ

ଖଟା ଲାଗଇ ପାଟିକୁ ଭଲ

ପୁଣି ହୁଅଇ ଆଚାର ଭଲ

ମିଠା ଖଟା ଆଚାରତ ଭଲ

ପାଚିଲା ଆମ୍ବ ଭାରି ସୁଆଦ

ଖାଇଲେ ସତେ ଲାଗେ ଆମୋଦ

ମୁଢ଼ିରେ ଖାଅ ଭାତରେ ଖାଅ

ମନକୁ ଆହା ମୋହାଇ ଦିଅ

ବାହାଘର ଯାନୀ ଯାତରା ଅବା

ମେଳା ମଉଛବ କୁ ଆଣିବା

ଆମ୍ବ ହୁଅଇ ଠାକୁର ଭୋଗ

ପବିତ୍ର ଲାଗଇ ସେହି ଭୋଗ

ଥଣ୍ଡା ପାନୀୟ ମାଜା ଓ ଫୃଟି

ତିଆରି ହୁଏ ଆମ୍ବକୁ କାଟି

ପାଚିଲା ଆମ୍ବ ସବୁରି ପ୍ରିୟ

କଞ୍ଚା ଆମ୍ବଯେ ପିଲାଙ୍କ ପ୍ରିୟ

ଦ୍ବିପ୍ରହର ଟାଣ ଖରା ବେଳେ

ଭିଡ଼ ଜମେ ଆମ୍ବ ଗଛ ମୂଳେ

ଆମ୍ବ ବିଛାନ୍ତି ଟେକାକୁ ଛାଟି

ଆମ୍ବ ପଡ଼ଇ ଗୋଟିକୁ ଗୋଟି

ପିଲାଏ ହୁଅନ୍ତି ଭାରି ଖୁସି

ଆମ୍ବ ଖାଆନ୍ତି ସଭିଏଁ ମିଶି

ଟାକୁଆରୁ ହୁଏ ନୂଆ ଗଛ

କେଉଁଟା ନେବ ଆଗରେ ବାଛ

ଏହା ଥିଲା ଆମ୍ବ ଇତିହାସ

ଲେଖିଲି ନଧରିବ ମୋର ଦୋଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance