STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଅଜାଣତରେ

ଅଜାଣତରେ

1 min
21

କେତେବେଳେ ଦିନ କେତେବେଳେ ରାତି

ସବୁକିଛି ପୂର୍ବପରି,,

ବ୍ୟସ୍ତ ଓ ବିବ୍ରତ ଅବା କାର୍ଯ୍ଯଚାପ

କାରଣୁ ହୁଏନି ବାରି।।


ମଣିଷ ଭାବରେ ନିଜେ ନିଜପାଇଁ

ଭାବି ହୁଏନାହିଁ କେବେ,,

ନିଜେ ଗଢ଼ିଥିବା ସଂସାର ଦାୟିତ୍ଵ

ବୁଝିବାକୁ ହେବ ଆଗେ।।


ଲଗା ପଘା ନାହିଁ ଯେଉଁ ମାନଙ୍କର

ସଂସାରେ ରହି ଆବଦ୍ଧ,,

ସେପରି ଜୀବନେ ନଥାଏ କଷଣ

ଉପଲବ୍ଧିକୁ ପ୍ରମାଦ।।


ଏଘର ମୋହର ମୋର ପରିବାର

ଦାୟିତ୍ଵ ବହନେ ଏକା,,

ଏପରି ଭାବକୁ ପ୍ରାୟ ଅଧିକାଂଶ

କଷ୍ଟକର ହେବା ପକ୍କା।।


ନିଜ ସଂସାରକୁ ନିଜ କାର୍ଯ୍ୟପନ୍ଥା

ଲାଗେ ସବୁଠୁଁ ଉତ୍କୃଷ୍ଟ,,

ମନେ ହୁଏନାହିଁ,ଆନରେ ଭରସି

ପୁରଣ ହେବ ଅଭିଷ୍ଟ।।


ବିଶ୍ବାସ ଭରସା ଦାୟିତ୍ଵ ଅର୍ପଣେ

ମନରେ ସ୍ଥିରତା ରଖି,,

ଦାୟିତ୍ଵ ସମର୍ପି ଅଳପେ ସଳପେ

ସମୟ ସୁବିଧା ଦେଖି।।


ସମ୍ପାଦନେ କିଏ କିପରି କରୁଛି

ଦୃଷ୍ଟି ଦେଇଥିଲେ ଜାଣି,,

ଯଦି ଉପଯୁକ୍ତ, ମନେହୁଏ ତେବେ

ସହଯୋଗୀ ରୂପେ ଗଣି।।


ଉପକାର ରୂପେ ଦୁଇଟି ମିଳିବ

ନିଜକୁ କମିବ ଚାପ,,

ଚାପ'ରୁ ତାପ'ର ଅନୁଭବ, କ୍ରମେ-

କ୍ରମେ ହୋଇବ ସମାପ୍ତ।।


ଦ୍ୱିତୀୟଟି ହେଲା ଅଭ୍ୟସ୍ତ ହୋଇବେ

 ପ୍ରତ୍ୟେକ କ୍ଷେତ୍ରକୁ ପିଲେ,,

ଘର-ସଂସାରକୁ, କିପରି ସାମର୍ଥ୍ୟ

ଏବେଠୁଁ ହାସଲ କଲେ।।


ସାମାଜିକ ସଂଜ୍ଞା ପରିବାର ଠାରେ

ସଦସ୍ଯଙ୍କୁ ଅନୁଭୂତି,,

ସେହି ଅନୁଭୂତି, ଅଭିଜ୍ଞତା ଗୁଣେ

ସାମଗ୍ରୀକ ପରିତୃପ୍ତି।।


କର୍ତ୍ତା ରୂପେ କାର୍ଯ୍ୟ ନିର୍ବାହ ନିଶ୍ଚିତ

ତଥାପି ପର ପୀଢ଼ିକୁ,,

କିଛିଟା ଦାୟିତ୍ଵ ସମର୍ପିଲେ ତାଙ୍କୁ

ତାଙ୍କ ଦାୟୀତ୍ବ ବୋଧକୁ।।


ସେମାନେ ବି ଦିନେ ସଂସାରେ ଆବଦ୍ଧ

ଭବିଷ୍ୟତକୁ ହୋଇବେ,,

ଚଳି ଚଳାଇବା ବ୍ୟବହାର ଜ୍ଞାନେ

ପୂର୍ବରୁ ପ୍ରସ୍ତୁତ ଥିବେ।।


ନିଜକୁ ଯେପରି ଦିନ ସରି ରାତି

କର୍ମଲିପ୍ତତା କାରଣ,,

ଜଣାପଡ଼େ ନାହିଁ ମଜ୍ଜି ରହିବାରେ

ରାତିପାହି ପୁଣି ଦିନ।।


ବ୍ୟସ୍ତ ବିବ୍ରତକୁ ସମସ୍ୟା ନଥିବ

ଅବସରକୁ ସମୟ,,

ଚାପ ଯୋଗୁଁ ତାପ,ବିବ୍ରତ ମସ୍ତିଷ୍କ

ନଥିବ ଆଉ ସେ ଭୟ।।


ଯାହା ବି ହୋଇଛି,ଯାହା ବି ହେଉଛି

ଯାହା ବି ଆଗକୁ ହେବ,,

ଇନ୍ଦ୍ରିୟାନୁଭବ,ସବୁଠି ରହିବ

ଅନୁଭବକୁ ବାସ୍ତବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract