STORYMIRROR

Prakash ranjan Swain

Romance

4  

Prakash ranjan Swain

Romance

ତୁମେ ମୋର

ତୁମେ ମୋର

1 min
345

ମୁଁ ତୁମ ନୀଳ ଆକାଶ

ତୁମେ ମୋର ଭସା ବାଦଲ

ମୁଁ ତୁମ ଅଶାନ୍ତ ସାଗର

ତୁମେ ମୋର ଶାନ୍ତ ଜୁଆର

ମୁଁ ଅଝଟ ବାଟୋଇ

ତୁମେ ମୋର ଶେଷ ଠିକଣା

ମୁଁ ମରୁଭୂମି କଣ୍ଟା ଗୁଳ୍ମ

ତୁମେ ମୋର ଟିକି ଝରଣା

ମୁଁ ଗ୍ରୀଷ୍ମର ଅସହ୍ୟ ତାତି

ତୁମେ ମୋ ମନର ପ୍ରୀତି

ମୁଁ ସ୍ୱପ୍ନର ସୌଦାଗର

ତୁମେ ମୋର ସ୍ବପ୍ନ ବାଲିଘର

ମୁଁ କାହାଣୀ ଏକ ପ୍ରଶ୍ନର

ତୁମେ ମୋର ସବୁ ପ୍ରଶ୍ନର ଉତ୍ତର

ମୁଁ ବେସୁରା ସଙ୍ଗୀତ ସ୍ୱପ୍ନର

ତୁମେ ସେଇ ସଙ୍ଗୀତର ସ୍ବର

ମୁଁ ଆନମନା ଛୋଟ ରାତିଟେ

ତୁମେ ମୋର ଶେଷ ସପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance