STORYMIRROR

Jayasena Pradhan

Romance

4.0  

Jayasena Pradhan

Romance

ପ୍ରିୟା

ପ୍ରିୟା

1 min
152


ଜୀବନର ଏଇ

ଚଲା ବାଟରେ

ତୁମ କଥା ଭାବୁ ଭାବୁ

ପ୍ରିୟ ସଖି ମୋର ପ୍ରିୟତମା ଗୋ

ତୁମେ ମୋ ଜୀବନ ସାଥି ।

ନୀଳ ଆକାଶର

ନୀଳପରି ତୁମେ

ଝରଣାର ଝରଝରି

ଓଠରେ ତୁମର

ମିଠା ମିଠା କଥା

ମନ ମୋ ନେଉଛି କିଣି

ଲେଖି ଲେଖି ମୋର

ଲେଖା ସରେ ନାହିଁ

ପହିଯାଏ ସବୁ ରାତି

ତୁମେ ମୋ ଜୀବନ ସାଥି।

କେଉଁ ଦୁନିଆରେ

ରହିଥିଲ ତୁମେ

ଆସିଲ ଏଇ ମୋ ମନେ

ଜାଣେ ନାହିଁ କେତେ

ଯେ ଆଲୋଡନ

ଆଣିଦେଲ ମୋର ମନେ।

ଯାଉ ଯାଉ ମୋର

ବାଟ ସରେ ନାହିଁ

ସବୁକିଛି ଯାଏ ଭୁଲି

ତୁମେ ମୋ ଜୀବନେ

ଆସିଗଲପ୍ରିୟା

ସରଗର ପରି ପରି

ତୁମ କଥା ଭାବି ଦିନ ସରେନାହିଁ

ରାତି ସରେ ନାହିଁ ଘଣ୍ଟା କଣ୍ଟା ଯାଏ ଘୁରି।


Rate this content
Log in

Similar oriya poem from Romance