Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance

3  

Prabhati Mahapatra

Romance

ଶେଷ ଅଭିନୟ

ଶେଷ ଅଭିନୟ

1 min
171



ଅଭିମାନୀ ଗୋ ତୁମ ପ୍ରେମେ ବନ୍ଧା

ଏଇ ମୋ ଜୀବନ ଡୋର

ମାନନୀ ମୋହର ଯଦି କର ପର

ପ୍ରାଣ ହେବ ନାରଖାର ।

ଶେଷ କର ତୁମ ମାନ ଅଭିନୟ

ଆଉ ମୁଁ ପାରେନା ସହି

ପୀରତି ଜାଳାରେ ଜଳି ମୁଁ ଯାଉଛି

ତୁମରି ପ୍ରେମକୁ ଚାହିଁ ।

ଅଭିନୟ ସାରି ବାହୁଡ଼ି ଯାଉଛି

ଦେଖ ନିଶିଥିନୀ ରାଣୀ

ବରଷା ଶ୍ରାବଣୀ ଅଭିନୟ ଶେଷେ

ସଜାଏ ପାଦ କିଙ୍କିଣୀ ।

ଚମକି ଚପଳା କରି ଗଲା ଖେଳା

ଅନ୍ତ କରି ଅଭିନୟ

ମୋ ହୃଦୟ ରାଣୀ ଅବୁଝା ହୁଅନା

ମନ ମୋ ହୁଏ ଅଥୟ ।

ତୋଫା ତୋଫା ଜହ୍ନ ମୁରୁଜ ବିଞ୍ଚିଛି

ମନ ଅଗଣାରେ ମୋର

ତୁମରି ଆବେଗ ପାଦର ପାଉଁଜି 

ହୃଦୟେ କରିଛି ଘର ।

ଯେତେ ଦିନ ଯାଏ ଅଭିନୟ ଦୀପ

ଜାଳିବ ମନ ମନ୍ଦିରେ

ସେହି ନିରବତା ଝଙ୍କୃତ ହୋଇବ

ଏଇ ମୋ ଭାବନା ତୀରେ । 


Rate this content
Log in

Similar oriya poem from Romance