STORYMIRROR

Pramodini Parichha

Romance

3  

Pramodini Parichha

Romance

ଶୀତୁଆ ସକାଳ

ଶୀତୁଆ ସକାଳ

1 min
132

ଶୀତ ସକାଳର

  ଉଷୁମ ଶେଯରେ

     ଶୋଇବାକୁ ଇଚ୍ଛା ହୁଏ

ଅଳସ ଆଖିରେ

    ସ୍ବପ୍ନ ଦେଖିବାକୁ

      ମନ ଝୁରି ମରୁଥାଏ ।


କାକର ବିନ୍ଦୁର

    ନହୁଲି ସ୍ପର୍ଶରେ

       ଭିଜିବାକୁ ମନ ହୁଏ

ଚାହା ପିଆଲାର

   ମଧୁ ଆସ୍ବାଦନ

       ମାଦକତା ଭରିଦିଏ ।


ଶୀତୁଆ ବାଆର

     ହାବୁକା ମାଡ଼ରେ

        ଦେହମନ ଥରିଯାଏ

ପ୍ରିୟାର ଅଧର

  ଅଳପ ହସରେ

      କେତେ କଥା କହିଯାଏ ।


ସାରା ରାତି ଚେଇଁ

  ଚାନ୍ଦର ଚାନ୍ଦିନୀ

     ସତେ କି ନିରେଖୁ ଥାଏ

ଅମାନିଆ ମନ

  ବୁଝେ ନାହିଁ କିଛି

      ଏଣୁ ତେଣୁ ଭାବୁଥାଏ।


Rate this content
Log in

Similar oriya poem from Romance