ଶୀତ ସକାଳ
ଶୀତ ସକାଳ
1 min
197
ଭାରି ଭଲ ଲାଗେ
ଶୀତ ସକାଳକୁ
କଅଁଳ ଖରାର ତାତି
ଉଷୁମ ବିଛଣା
ଲାଗଇ ନିଆରା
ମନେପଡେ ପଛ ସ୍ମୃତି ।
ଗରମ ମୁଢ଼ିକୁ
ବାଡିର ନଡ଼ିଆ
ପାଟିରୁ ବହଇ ଲାଳ
ସଞ୍ଜ ସକାଳରେ
ମାଆ ବାଢ଼ିଦିଏ
ତତଲା ଭାତକୁ ଝୋଳ ।
ବାଡି ବଗିଚାରେ
ସବୁଜ ପରିବା
ହସୁଥାଏ ଦିବାନିଶି
ବଣଭୋଜି ସାଥେ
ଭ୍ରମଣର ମଜା
ନେଇଥାନ୍ତି ମିଳିମିଶି ।
ଧନୁ ସଂକ୍ରାନ୍ତି କୁ
ମାଣବସା ବିଧି
ପ୍ରଥମାଷ୍ଟମୀ ର ଭାର
ଲାଗଇ ନିଆରା
ଓଡ଼ିଆ ସଂସ୍କୃତି
ସର୍ବଗୁଣେ ଭରପୁର ।
ଭାରି ଉପକାରୀ
ଶୀତର ପରଶ
ଆଣିଦିଏ ପ୍ରୀତି ଛୁଆଁ
ଆମୋଦ ପ୍ରମୋଦ
ଭରିଯାଏ ମନେ
ଭୁଲି ଅବଶୋଷ ନିଆଁ।
