ଶୀତ ଆସିଛି
ଶୀତ ଆସିଛି
ଆସିଛି ରେ ଶୀତ ଆସିଛି
ଆସିଛି ରେ ଶୀତ ଆସିଛି
ବରଷକ ପରେ କେତେ ଆଶା ନେଇ
ଧରଣୀ କୁ ଛୁଇଁ ଯାଉଛି
ଆସିଛି ରେ ଶୀତ ଆସିଛି ।
ଅସରା ଅସରା ଫୁଲର ପସରା
ମଧୁବନ ବାସି ଯାଉଛି
ଶିଶିର ଟୋପାର ସିକ୍ତ ପରଶରେ
ଜନନୀ ମୋ ଭିଜି ଯାଉଛି
ଆସିଛି ରେ ଶୀତ ଆସିଛି ।
ଉତ୍ତରାପବନ ବହୁଛି ସଧିରେ
ଦିହ ମନ ଥରି ଯାଉଛି
ସକାଳ ସ୍ନାହାନ ଲାଗଇ ଡରଲୋ
ଭୁଆସୁଣୀ କାନେ କହୁଛି
ଆସିଛି ରେ ଶୀତ ଆସିଛି ।
ଝରା ଶେଫାଳିର ମହ ସହ ବାସ
ଚଉଦିଗ ଭରି ଯାଉଛି
ଅଳିକ ଜୀବନ ହେଲେବି ତାହାର
ଖୁସିରେ ନିତି ସେ ଫୁଟୁଛି
ଆସିଛି ରେ ଶୀତ ଆସିଛି ।
ଗହୀର ପାଟରେ ସୁନାଫୁଲ ଦେଖି
ଚଷା ମନ ନାଚି ଯାଉଛି
ବରଷକ ପାଇଁ ଆହାର ଯୋଗାଇ
ନିଜକୁ ଧନ୍ୟ ସେ ମଣୁଛି
ଆସିଛି ରେ ଶୀତ ଆସିଛି।
