STORYMIRROR

Pramodini Parichha

Classics

3  

Pramodini Parichha

Classics

ଶୀତ ଆସିଛି

ଶୀତ ଆସିଛି

1 min
188


ଆସିଛି ରେ ଶୀତ ଆସିଛି

ଆସିଛି ରେ ଶୀତ ଆସିଛି

ବରଷକ ପରେ କେତେ ଆଶା ନେଇ

ଧରଣୀ କୁ ଛୁଇଁ ଯାଉଛି 

ଆସିଛି ରେ ଶୀତ ଆସିଛି ।


ଅସରା ଅସରା ଫୁଲର ପସରା

ମଧୁବନ ବାସି ଯାଉଛି

ଶିଶିର ଟୋପାର ସିକ୍ତ ପରଶରେ

ଜନନୀ ମୋ ଭିଜି ଯାଉଛି

ଆସିଛି ରେ ଶୀତ ଆସିଛି ।


ଉତ୍ତରାପବନ ବହୁଛି ସଧିରେ

ଦିହ ମନ ଥରି ଯାଉଛି

ସକାଳ ସ୍ନାହାନ ଲାଗଇ ଡରଲୋ

ଭୁଆସୁଣୀ କାନେ କହୁଛି

ଆସିଛି ରେ ଶୀତ ଆସିଛି ।


ଝରା ଶେଫାଳିର ମହ ସହ ବାସ

ଚଉଦିଗ ଭରି ଯାଉଛି

ଅଳିକ ଜୀବନ ହେଲେବି ତାହାର

ଖୁସିରେ ନିତି ସେ ଫୁଟୁଛି

ଆସିଛି ରେ ଶୀତ ଆସିଛି ।


ଗହୀର ପାଟରେ ସୁନାଫୁଲ ଦେଖି

ଚଷା ମନ ନାଚି ଯାଉଛି

ବରଷକ ପାଇଁ ଆହାର ଯୋଗାଇ

ନିଜକୁ ଧନ୍ୟ ସେ ମଣୁଛି

ଆସିଛି ରେ ଶୀତ ଆସିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics