STORYMIRROR

Gouri Panda

Classics

3  

Gouri Panda

Classics

ହେ କଲମ

ହେ କଲମ

1 min
11.5K


ହେ କଲମ


କେଉଁ ଦିନ ତୋର


ତୋର ହେଲା ଜନମ।


ଠିକ୍ କରି କହ


ତୁହି କଲମ?


ଯୁଗ ପରେ ଯୁଗ


ତୁ ଏଠି ଆଗ


କମି ନାହିଁ ବେଗ


ତୀଷ୍ଣ ତୋ ଅଗ।


କେତେ ସତ, ମିଛ


ଲେଖିଛୁ ତୁହି


ଦେଖିଛି ସଂସାର


ସୀମା ତା ନାହିଁ।


ସବୁଠୁ ଧାରୁଆ


ତୁ ସେହି ଅସ୍ତ୍ର ।


ଖିନ୍ନ, ଭିନ୍ନ କରୁ


ତୁ ସେହି ଶସ୍ତ୍ର।


କେତେ ଦେଶପ୍ରେମୀ


ତୋ ବ୍ୟବହାରେ ।


ଲେଖିଗଲେ ଗୀତ


ଦେଶ ପ୍ରେମରେ।


କୁତ୍ସିତ, କଦର୍ଯ୍ୟ


ସମାଜରୂପ।


ବ୍ୟକ୍ତ କରୁ ସତ୍ୟ


ତୁ ସେହି ମାପ।


ଧନ୍ୟ ତୁ କଲମ


ଆଜି ର ଯୁଗେ।


ସତ୍ୟକୁ ପଥ ତୁ


ଦେଖାଉ ଆଗେ।


କବିର ଭାବନା


ଉଠଇ ସିନା।


ନ ଚାଲିଲେ ତୁହି


ବ୍ୟକ୍ତ ହୁଏନା।


ତୋର ଆଶୀର୍ବାଦେ


କବିତା ଫୁଟେ।


ତୋର ଚାଳନାରେ


ପ୍ରଶଂସା ଛୁଟେ।


ତୁହି ଚାଲୁଥିଲେ


ଜୀବନ ଚାଲେ।


ଭାଙ୍ଗିଗଲେ ମୁନ


ଫାସୀରେ ଝୁଲେ।


ବହୁତ ଦିନର


ପୁରୁଣା ମିତ।


ତୋର ଲାଗି ହୁଏ


କବିତା, ଗୀତ।


ଚାଲୁଥା କଲମ


ତୁ ସେହି ପରି।


ଆଗକୁ ପଡିଛି


ପଥ ଆହୁରି।


ଶେଷ ନ ହେଉରେ


ସ୍ଥିତି ତୋହର।


ବାର୍ତ୍ତା ତୁ ଦେଉଥା


ଯୁଗ, ଯୁଗର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics