STORYMIRROR

ବିନୟ ମହାପାତ୍ର

Abstract Classics Others

3  

ବିନୟ ମହାପାତ୍ର

Abstract Classics Others

ଏତିକି ସପନ ମୋର

ଏତିକି ସପନ ମୋର

1 min
11.6K

ମୁଁ ମରିଗଲା ପରେ,

କିଏ ଜାଣେ,

ଚାନ୍ଦରେ କଳଙ୍କଟିଏ ହୋଇ ରହିଯିବି,

ଅବା ନାହିଁ,

କିନ୍ତୁ,

ତୁମ ମନ ଆକାଶରେ,

ପ୍ରତିଟି ସୂର୍ଯ୍ୟାସ୍ତ ପରେ,

ଚାନ୍ଦଟିଏ ହୋଇ ଅବଶ୍ୟ ଉଇଁବି,

ଆଉ

ସକାଳର ସିନ୍ଦୁରା ଫାଟିବା ଆଗରୁ

ମଲାଜହ୍ନ ହେବି ନାହିଁ, ସିଧା ଅସ୍ତ ହୋଇଯିବି ।

ଚାନ୍ଦଟିଏ ପରି,

ତୁମ ଅଗଣାରେ ଶୀତଳ ଜୋତ୍ସ୍ନାର,

ମିଞ୍ଜି ମିଞ୍ଜି ଆଲୁଅ ବିଛାଡିଦେବି ।

କେବେ ପୂର୍ଣ୍ଣିମାର ଚାନ୍ଦପରି

ବଢି ବଢି ଯାଉଥିବି, ଆଉ କେବେ ପୁଣି

ଉଆଁସର ଅନ୍ଧାରରେ ଲିଭି ଲିଭି ଯାଉଥିବି ।

ହେଲେ, ପୁଣି ପକ୍ଷେ ଛାଡି

ବାରମ୍ବାର ପୁଣି ଆସୁଥିବି ।

ନା' ମୁଁ ତୁମକୁ ଭୂଲିବି

ନା' ତୁମେ ମୋତେ ଭୂଲିଯିବ,

ଯେବେ ତୁମେ ଅଣ୍ଡାଳିବ,

ତୁମ ଭିଜାଭିଜା ସ୍ମୃତି ସାମୁକାରେ,

କେଉଁଠି ନା କେଉଁଠି

ତୁମେ ମୋତେ ନିଶ୍ଚୟ ପାଇବ ।

ମୋ କବିତାର କେଉଁ ଏକ ପଂକ୍ତିରେ,

ତୁମେ ତୁମ ଜୀବନ ଖୋଜିବ,

କେବେ ପଦେ ଅଧେ ମୋ ଗୀତ

ଗୁଣୁ ଗୁଣୁ ଗାଇଯିିବ,

ଏବଂ ତୁମ ସାଥିରେ ଚାନ୍ଦଟିଏ ପରି

ତୁମେ ମୋତେ ଅବଶ୍ୟ ପାଇବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract