STORYMIRROR

ବିନୟ ମହାପାତ୍ର

Abstract Romance Classics

4  

ବିନୟ ମହାପାତ୍ର

Abstract Romance Classics

ଏତିକି ସପନ ମୋର

ଏତିକି ସପନ ମୋର

1 min
37


କିଏ ଜାଣେ, ମୁଁ ମରିଗଲା ପରେ,

ଚାନ୍ଦରେ କଳଙ୍କ ହୋଇ ରହିଯିବି,

ଅବା,

ତୁମ ମନ ଆକାଶରେ,

ପ୍ରତିଟି ସୂର୍ଯ୍ୟାସ୍ତ ପରେ

ଚାନ୍ଦଟିଏ ହୋଇ, 

ନିତି ସଂଜେ ଉଇଁ ଆସୁଥିବି,

ଏବଂ

ସକାଳର ସିନ୍ଦୁରା ଫାଟିବା ଆଗରୁ

ମଲାଜହ୍ନ ହେବି ନାହିଁ,

ସିଧା ଅସ୍ତ ହୋଇଯିବି ।


ପୁଣି ଥରେ, ସଂଜ ନଇଁଗଲା ପରେ

ଚାନ୍ଦଟିଏ ପରି 

ତୁମ ଅଗଣାରେ ଶିତଳ ଜୋତ୍ସ୍ନାର,

ମିଞ୍ଜି ମିଞ୍ଜି ଆଲୋକ ବିଛାଡି ଦେବି ।

କେବେ ପୂର୍ଣ୍ଣିମାର ଚାନ୍ଦପରି

ବଢି ବଢି ଯାଉଥିବି,

ଆଉ କେବେ କୃଷ୍ଣ ପକ୍ଷେ,

କେଇ ଘଡି ଦିଶି ପୁଣି ଅସ୍ତ ହୋଇଯିବି ।

ହେଲେ, ପକ୍ଷେ ଛାଡି,

ବାରମ୍ବାର ତୁମ ମନ ଆକାଶରେ

ଘଡ଼ି ଛାଡ଼ି ଉଇଁ ଆସୁଥିବି ।


ନା’ ମୁଁ କେବେ ତୁମକୁ ଭୁଲିବି

ନା’ ତୁମେ ମୋତେ ଭୁଲିଯିବ,

ତୁମେ ଯେବେ ଅଣ୍ଡାଳିବ,

ଭିଜା ଭିଜା ତୁମ ସ୍ମୃତି ସାମୁକାରେ,

କେଉଁଠି ନା କେଉଁଠି

ତୁମେ ମୋତେ ନିଶ୍ଚୟ ପାଇବ ।

ମୋ କବିତାର କେଉଁ ଏକ ପଂକ୍ତିରେ,

ତୁମେ ତୁମ ଜୀବନ ଖୋଜିବ,

କେବେ ଅବା ପଦେ ଅଧେ ମୋ ଗୀତ

ଗୁଣୁ ଗୁଣୁ ଗାଇ ଯିିବ,

ଏବଂ

ସଦା ତୁମ ସାଥିରେ, ଚାନ୍ଦଟିଏ ପରି,

ତୁମେ ମୋତେ ଅବଶ୍ୟ ପାଇବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract