STORYMIRROR

ବିନୟ ମହାପାତ୍ର

Abstract Classics Inspirational

3  

ବିନୟ ମହାପାତ୍ର

Abstract Classics Inspirational

ସୂର୍ଯ୍ୟାସ୍ତ ପୂର୍ବରୁ

ସୂର୍ଯ୍ୟାସ୍ତ ପୂର୍ବରୁ

1 min
20


ଯେତେ ବେଳେ;

ସବୁ ବନ୍ଧନ ଶିଥିଳ ହୋଇ ଆସେ,

ତୁମରି ଦେହର ମହକ,

ତୁମ ରୂପର ଆକର୍ଷଣ,

ସେ ସବୁର କିଛି ମାନେ ନଥାଏ ।


ସେତେ ବେଳେ;

ତୁମେ ମୋର ଆହୁରି

ଅନ୍ତରଙ୍ଗ ହୋଇଯାଅ,

ଏବଂ ତୁମ ବିନା,

ଦିନ ସବୁ ଯୁଗ ପରି ଲାଗେ,

ତୁମ ବିନା ଜୀବନର ମାନେ,

ସତେ କିଛି' ବି ନଥାଏ ।


ଯେତେ ବେଳେ;

ଝିଅ ମାନେ ଶାଶୁ ଘରେ,

ପୁଅ ମାନେ ବିଦେଶରେ,

ନିଜ ନିଜ ପରିବାର,

ନିଜ ଜଞ୍ଜାଳରେ ବ୍ୟସ୍ଥ,

ଏବଂ ନାତି ନାତୁଣୀ ମାନେ,

କେବେ କେମିତି ଆସନ୍ତି,

ବୁଢା ବାପା ମାଆ କେମିତି ଅଛନ୍ତି,

ସେ କଥା କେବେ କଣ

ପୁଅ ବୋହୁ, ଝିଅ ଜୋଇଁ

ତାଙ୍କ ମନରେ ଭାବନ୍ତି ?


ସେତେ ବେଳେ;

ତୁମେ ମୋର ଆଶା ବାଡି

ଗପିବାକୁ ଏକ ମାତ୍ର ସାଥୀ,

ହଜିଗଲା, ଭିଜିଗଲା ଦିନ ସବୁ

କାହିଁକି କେଜାଣି ଆଜି

ବେଶି ବେଶି ମନେ ପଡେ,

ପୁରୁଣା ଆଲବମ,

ଗୀତା ଭାଗବତ ପରି

ସବୁ ଦିନ ବାରମ୍ବାର ଖୋଲା ହୁଏ,

ମୁକ୍ତା ଖୋଜୁ ଖୋଜୁ,

କେବେ କେବେ ସାମୁକା ବି ମିଳେ ।


ଯେତେ ବେଳେ;

ଦେହର ଆକର୍ଷଣ ନଥାଏ

ରୂପର ମାଧୁର୍ଯ୍ୟ ନଥାଏ,

ସମ୍ଭୋଗର ଲାଳସା ନଥାଏ,

କିଛି ପାଇବାକୁ,

କିଛି ଦେଇ ଦେବାକୁ

ଜମାରୁ ଆଗ୍ରହ ହୁଏନା,

ପ୍ରେମ କେବଳ ଦେହର ନଥାଏ

ଆତ୍ମାର ପ୍ରଣୟ ବନ୍ଧନ,

କେବ ବି ଶିଥିଳ ହୁଏନା ।


ସେତେ ବେଳେ;

କେଜାଣି, କେମିତି

କେଉଁ ଏକ ଆକର୍ଷଣ

ତୁମ ସାଥେ ମୋତେ,

ମୋ ସାଥେ ତୁମକୁ

ଗୋଟିଏ ସୁତାରେ ବାନ୍ଧିଛି,

ଏ ବନ୍ଧନ ସତେ କେତେ ଯେ ନିବିଡ

ବିନା କିଛି ଆଶାର ଏ ଡୋରି

ତୁମ ସାଥେ ମୋତେ, ଜାବୁଡି ଧରିଛି ।

ତୁମ ବିନା ଜୀବନର କଳ୍ପନା ହୁଏନି,

ସାହାଯ୍ୟର ଦରକାର ନଥିଲେ ବି,

ବାକି ଥିବା ଜୀବନ,

ତୁମ ବିନା ବଞ୍ଚିବା ସମ୍ଭବ ହୁଏନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract