STORYMIRROR

MADHU MITA

Classics

3  

MADHU MITA

Classics

ରଜ ମଉଜ

ରଜ ମଉଜ

1 min
135

ଫୁଲେଇ ଦୋଳିଟି କହି ଯେ ଉଠିଲା..

ଜନମ ପରଠୁ ମୋତେ ଖୋଜାଗଲା...

ଏତେ ପବିତ୍ର ଯେ ଅଟେ କୋଳ ମୋର..

ଲୋଡ଼ନ୍ତି ମୋତେ ଯେ ରାଈ ନଟବର..


ଥାଉ..କହିଦେଲା ଗର୍ବୀ ପୋଡପିଠା..

ମୋ ବିନା ନୁହଇ ମଣୋହି ସମ୍ପୂର୍ଣ୍ଣ..

ମା ଲକ୍ଷ୍ମୀ ହାତ ରନ୍ଧା ଖାଇସାରି ପ୍ରଭୁ..

ଖୋଜନ୍ତି ଯେ ମୋତେ ସ୍ଵୟଂ ନାରାୟଣ...


ମୋ କଥା ଆଉ କଣ ବା କହିବି..

ନିଜ ମୁଖେ ନିଜ ପ୍ରଶଂସା ଗାଇବି..!!??

ହସି କହେ ପାନ ଖିଲି ଖିଲି ହସ..

ଅଧୁରା ମୋ ବିନୁ ଯଜ୍ଞ ପୂଜା ଉପବାସ..


ଯେ ଯାହା ସ୍ଵଗୁଣ ବଖାଣି ବସିଲେ..

ନିଜ ଗାରିମାକୁ ପ୍ରମାଣେ ରଖିଲେ..

ଶୁଣି ଧିରେ କହେ ସେ ରଜ ସୁନ୍ଦରୀ..

ଶୁଣ ତୁମେ ମାନେ କଥାକୁ ମୋହରି..


ମୋର ପ୍ରିୟ ବନ୍ଧୁ ତୁମେ ତିନି ଜଣ..

ମୋ ସାଙ୍ଗରେ ତୁମେ ହୋଇଅଛ ଧନ୍ୟ..

ମୁଁ ଆସିଲେ ସଙ୍ଗେ ସଭିଙ୍କୁ ଖୋଜାହୁଏ..

ଦୋଳି ପିଠା ପାନ ସହ ମୁଁ ସଜ ହୁଏ...


ଗର୍ବ ନୁହେଁ ପ୍ରେମ ପର୍ବର ଲକ୍ଷଣ..

ପ୍ରତି ସୃଷ୍ଟି ହୁଏ ଆନନ୍ଦେ ସମ୍ପୂର୍ଣ୍ଣ..

ମୋ ସହ ଖୁସିରେ ଜନ ଗହଳିରେ..

ଉଲ୍ଲସିତ ହୁଅ ଏ ରଜ ପର୍ବରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics