STORYMIRROR

Pramodini Parichha

Others

4  

Pramodini Parichha

Others

ଶୀତର ନାଟ

ଶୀତର ନାଟ

1 min
12



ବରଷକ ପରେ

   ଆସିଛିରେ ଶୀତ

     କରିବାକୁ କେତେ ନାଟ

କାଲୁଆ ବାଆରେ

   ଥରେ ଦେହ ହାତ

      ଜମୁନାହିଁ ବାଟଘାଟ ।


ନହକା ନହକା

   ସୁନେଲି ଧାନରେ

      ହସୁଛି ଗାଆଁର ପାଟ

ଚାଷୀ ଭାଇମନ

   ନାଚୁଛି ଖୁସିରେ

       ପୂରାଇ ସଭିଙ୍କ ପେଟ ।


ଧିରେ ଧିରେ ଚାଲେ

    ନବ ବଧୂ ପୁଣି

       ମୁଣ୍ଡରେ ବାହା ମୁକୁଟ

ବାପ ଘର ଛ

ାଡ଼ି

   ଯିବ ଶାଶୁଘର

      ଏଇତ ସଂସାର ହାଟ ।


ଖୋଜିଲା ଦରବ

    ମିଳେନା ପାଖରେ 

      ଅଧା ରହିଯାଏ ବାଟ

ଅନ୍ଧାର ପଥରେ

   ଥରେ ହୁଡି ଗଲେ

       ହେଉଥିବୁ ଛଟ ପଟ ।


ବେଳ ଥାଉ ଥାଉ

     ବୁଝିଯା ରେ ମନ

        ଦୁନିଆ କୂଟ କପଟ

ତେବେ ସିନା ଯାଇ

    ତରିବୁ ଧରାରୁ

      ପାଇବୁ ମୁକୁନ୍ଦ ଭେଟ ।।


Rate this content
Log in