STORYMIRROR

Pramodini Parichha

Classics

4  

Pramodini Parichha

Classics

କାଳିଆ

କାଳିଆ

1 min
380


କେଉଁ ନାମେ ତୋତେ

     ଡାକିବି କାଳିଆ

         ତୁମେ ପରା ସର୍ବନାମ

ସବୁରି ଅନ୍ତରେ

      ତୁମେ ଅଛ ପ୍ରଭୁ

         ଦାରୁମୟ ପରଂବ୍ରହ୍ମ....।


ନାହିଁ ତୁମ ଅନ୍ତ

      ନାହିଁ ତ ଆରମ୍ଭ

         ତୁମେ ଅଟ ଶକ୍ତିମାନ

ଜଳ, ସ୍ଥଳ,ବାୟୁ

     ଅନଳ ମଧ୍ୟ ରେ

        ତୁମେ ପ୍ରଭୁ ବିଦ୍ୟମାନ...।


ଲତା ଠୁ କୁସୁମ

     ହେଉ ମହାଦ୍ରୁମ

         ସବୁତ ତୁମରି ଦାନ

ପର୍ବତ ଝରଣା

     କରିଛ ସର୍ଜନା 

         ଦିଶୁଅଛି ଶୋଭାବନ ...।


ପକ୍ଷୀ କାକଳିର

    ମଧୁ ଝଙ୍କାର ରେ

        ଶୁଭେ ନିତି ତୁମ ନାମ

ମଙ୍ଗଳ ଆଳତୀ 

    କରନ୍ତି ତପନ

       ଦିବ୍ୟ ଆଭା ଅନୁପମ ...।


ମୁଁ ଛାର ମଣିଷ

   କି କରି ପାରିବି

        ଶ୍ରୀ ଚରଣେ ଦେଲି ମନ

ଉଦ୍ଧାରି ନେବହେ

    ଶ୍ରୀ ରାଧା ମାଧବ

       ଗଲେ ଯାଉ ଏ ଜୀବନ ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics