କାଳିଆ
କାଳିଆ
କେଉଁ ନାମେ ତୋତେ
ଡାକିବି କାଳିଆ
ତୁମେ ପରା ସର୍ବନାମ
ସବୁରି ଅନ୍ତରେ
ତୁମେ ଅଛ ପ୍ରଭୁ
ଦାରୁମୟ ପରଂବ୍ରହ୍ମ....।
ନାହିଁ ତୁମ ଅନ୍ତ
ନାହିଁ ତ ଆରମ୍ଭ
ତୁମେ ଅଟ ଶକ୍ତିମାନ
ଜଳ, ସ୍ଥଳ,ବାୟୁ
ଅନଳ ମଧ୍ୟ ରେ
ତୁମେ ପ୍ରଭୁ ବିଦ୍ୟମାନ...।
ଲତା ଠୁ କୁସୁମ
ହେଉ ମହାଦ୍ରୁମ
ସବୁତ ତୁମରି ଦାନ
ପର୍ବତ ଝରଣା
କରିଛ ସର୍ଜନା
ଦିଶୁଅଛି ଶୋଭାବନ ...।
ପକ୍ଷୀ କାକଳିର
ମଧୁ ଝଙ୍କାର ରେ
ଶୁଭେ ନିତି ତୁମ ନାମ
ମଙ୍ଗଳ ଆଳତୀ
କରନ୍ତି ତପନ
ଦିବ୍ୟ ଆଭା ଅନୁପମ ...।
ମୁଁ ଛାର ମଣିଷ
କି କରି ପାରିବି
ଶ୍ରୀ ଚରଣେ ଦେଲି ମନ
ଉଦ୍ଧାରି ନେବହେ
ଶ୍ରୀ ରାଧା ମାଧବ
ଗଲେ ଯାଉ ଏ ଜୀବନ ...।।
