STORYMIRROR

Baidyanath Panda

Classics

3  

Baidyanath Panda

Classics

କେଉଁ ଯଶବାନା ଉଡାଇବ ହେ

କେଉଁ ଯଶବାନା ଉଡାଇବ ହେ

1 min
11.4K


କେଉଁ ଯଶବାନା ଉଡ଼ାଇବ ପ୍ରଭୁ 

     ମତେ ବଞ୍ଚିତ କରି ତୁମ କୃପାରୁ 

ସମସ୍ତଙ୍କ ପାଇଁ ହାତ ଟେକି ଦେଲ 

   ମୋ,ବେଳକୁ ସରିଲା ତୁମ ଝୁଲାରୁ 

କେଉଁ ଯଶବାନା................ ll

ଜନ୍ମରୁ ମୁଁ କରିଛି ଆଶ

      ଭାଙ୍ଗିଦେଲ ମୋର ବିଶ୍ୱାସ 

ପର କରିଦେଲେ ଛାଡିବିନି ଯମା 

    ମୁଁ ଟାଣି ଧରିଥିବି ତୁମ ପଛରୁ 

କେଉଁ ଯଶବାନା ଉଡାଇବ........... ll 

ତୁମେ ପରା ମୁନିବ ମୋର 

       ମୁଁ ତୁମର କିଣା ଚାକର 

ଦାସପଣେ କିଣି ଅଧାବାଟେ ଆଣି 

  ଦୂର କରୁଅଛ ମୋ କୋଉ ଦୋଷରୁ 

କେଉଁ ଯଶବାନା............ ll 

ଦାନା କନା ନଦିଅ ପଛେ 

     ରଖିଥାଅ ତୁମରି ଇଛେ 

ସେବା କରୁଥିବି ଦୁଃଖ ମୁଁ ନକରି 

   କେବେ ଭାଗ ନମାଗିବି ତୁମ ସୁଖରୁ 

କେଉଁ ଯଶବାନା ଉଡ଼ାଇବ........... ll

ଜନମ ମୋ ତୁମରି ପାଇଁ 

       ମୃତ୍ୟୁ ନେବି ତୁମରି ପାଇଁ 

ମାଆର ଗର୍ଭରେ ଉତ୍ପତ୍ତି କାଳରେ 

       ଚିହ୍ନିଛି ତୁମକୁ ମୁଁ ସେଇ ଦିନରୁ 

ମାୟା ଲଗାଇକି ଭୁଲାଇଲେ ତୁମେ 

      ମୁଁ ଭୁଲିବିନି ଯମା ମୋର ମନରୁ 

କେଉଁ ଯଶବାନା ଉଡ଼ାଇବ........... ll




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics