STORYMIRROR

Baidyanath Panda

Classics

4  

Baidyanath Panda

Classics

ତୁମ ପୋଡପିଠା ଖିଆ ସେତିକି ଥାଉ.

ତୁମ ପୋଡପିଠା ଖିଆ ସେତିକି ଥାଉ.

1 min
17


ତୁମ ପୋଡପିଠା ଖିଆ ସାଆନ୍ତେ 

                ସେତିକି ଥାଉ 

ଶ୍ରୀମନ୍ଦିର କଥା ଭାବ ଏବେ ଟିକେ 

       ମାଉସୀ ସ୍ନେହରେ 

                ନପଡ ଆଉ 

ତୁମ ପୋଡପିଠା ଖିଆ ସାଆନ୍ତେ........ ll 

ନଅଦିନ ହେଲା ଛାଡି ଆସିଲଣି

        ଲଷ୍ମୀ ମାଆ ରାଗିଲେଣୀ 

ଆନନ୍ଦ ବଜାରେ ହେଉନି ଗହଳ 

          କାଉ ଆସି ଉଡିଲେଣି 

ମାଆ ଯଦି ଯିବେ ରାଗିକି ପାଖକୁ 

     ଛଡେଇ ଦେବେ ସେ 

                  ତୁମରି ଭାଉ 

ତୁମ ପୋଡ଼ ପିଠା ଖିଆ ସାଆନ୍ତେ........... ll

ନବବଧୂ ଟାକୁ ଛାଡ଼ିଦେଇ ଗଲ 

          ତୁମେ ଭାଇ ଭଉଣୀକୁ ନେଇ 

କି କରିବ ଏଠି ନୂଆ ବୋହୁ ଟା 

       ପାଦ ଅଳତା ତ ଲିଭି ନାଇଁ 

ସବୁ ଭୁଲି ଯାଇ ଫେରିଆସ ବେଗେ 

      ଘରକଥା ପଦାରେ 

                ନପକା ଆଉ 

ତୁମ ପୋଡ଼ପିଠା ଖିଆ ସାଆନ୍ତେ............ ll 

ଯିଏ କରିଛନ୍ତି ନୟନ ପିତୁଳା 

        ସେଇ ଭକ୍ତଗଣ ଶିରୋମଣି 

ସିଂହ ଦ୍ୱାରେ ଆସି ପ୍ରାଥନା କରନ୍ତି 

        ତାଙ୍କ ଆଖିରୁ ଝରୁଛି ପାଣି 

ଆସ ଆସ ପ୍ରଭୁ ବଡ଼ ଦେଉଳକୁ 

           ଯମା ବିଳମ୍ବ ନକର ଆଉ 

ତୁମ ପୋଡ଼ପିଠା ଖିଆ ସାଆନ୍ତେ.......... ll

ବାଇଶି ପାହାଚ କାନ୍ଦୁ ଅଛି ଏଠି 

         ସିଏ ଭକ୍ତ ପାଦକୁ ନପାଇ 

ଭକ୍ତ ପାଦ ସ୍ପର୍ଶେ ଖୁସି ମିଳେ ତାକୁ 

          ସେଇ ଖୁସି ତାକୁ ମିଳୁ ନାହିଁ 

ଲକ୍ଷ୍ମୀ ମନ ଦୁଃଖ ଭକ୍ତ ମନ ଦୁଃଖ 

           କଳ୍ପବଟ ଚାହିଁଛି ତୁମକୁ 

ଆନନ୍ଦ ବଜାର ଲାଗୁନାହିଁ ଭଲ 

          କେହି ପଚାରୁ ନାହାନ୍ତି ତାକୁ  

କୁହ ଆହେ ପ୍ରଭୁ ଏତେ ଦୁଃଖ ଦେଇ 

          ତୁମେ କି ଲାଭ ପାଉଛ ଆଉ 

ତୁମ ପୋଡ଼ପିଠା ଖିଆ ସାଆନ୍ତେ.......... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics